କାଚ ଜୋତା
ତାଇୱାନ୍ର ବୁଦାଇ ସହରରେ ରହିଛି ଏହି କାଚର ଜୋତା । ଏହା କୌଣସି ପିନ୍ଧିବା ଜୋତା ନୁହେଁ । ହାଇ ହିଲ୍ ଭଳି ଦେଖାଯାଉଥିବା ଏହି ଜୋତା ହେଉଛି ଏକ ୱେଡିଂ ଚର୍ଚ୍ଚ । ୨୦୧୬ ଜାନୁଆରିରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହାଇଛି । ୨୦୧୬ ଜୁଲାଇରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା । ସେହି ବର୍ଷ ହିଁ ଏହା ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା । ହାଇ ହିଲ୍ ଆକୃତିର ଏହି ଚର୍ଚ୍ଚଟି ସମ୍ପୂର୍ଣ୍ଣ ଭାବେ କାଚରେ ତିଆରି କରାଯାଇଛି । ଏହାର ଉଚ୍ଚତା ୧୭.୭୬ ମିଟର ଥିବାବେଳେ ଏହାର ପ୍ରସ୍ଥ ରହିଛି ୧୧.୯୧ ମିଟର ଓ ଲମ୍ୱ ୨୫.୧୬ ମିଟର । ଏଥିରେ ପାଖାପାଖି ୩ଶହ ଖଣ୍ଡ ବ୍ଲୁ ଟେନ୍ଟେଡ୍ ଗ୍ଲାସ୍ ଲାଗିଛି । ଏହା ବିଶେଷ ଭାବେ ମହିଳାମାନଙ୍କୁ ଆକର୍ଷିତ କରିଥାଏ ।