ଡକାୟତି ଯୋଜନା ପଣ୍ଡ , ପୋଲିସ କବଜାରେ ୭
ମଙ୍ଗଳବାର ବିଳମ୍ବିତ ରାତିରେ ସଦର ଥାନା ପୋଲିସ ପେଟ୍ରୋଲିଂ କରିଥିବା ବେଳେ ଗୋଟିଏ ଅସାମାଜିକ ଦଳକୁ ଗିରଫ କରିଛି । ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି ରେଷ୍ଟସେଡେ ନିକଟରେ ରାତ୍ର ପ୍ରାୟ ୧.୪୫ ମିନଟ ସମୟରେ ପୋଲିସ ପେ୍େରୋଲିଂ କରିଥିବା ବେଳେ ଡକାୟତି ଯୋଜନା କରୁଥିବା ୭ଜଣ
ର୍ବୁର୍ତ୍ତଙ୍କୁ ପୋଲିସ ଗିରଫ କରଛିା ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ୪ଟି ଗୁଳି , ୨ଟି ଖଣ୍ଡା, ହାତ ତିଆରି ବମ , ଜବତ କରିଛି । ଗିରଫଙ୍କ ମଧ୍୍ୟରେ ସଦର ଥାନା ଅନ୍ତର୍ଗତ ଲାଠି ଥାନାର ଗାଙ୍ଗୁଲି ଦାସ , ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲି ଗ୍ରାମର ଇଶ୍ୱର ରେଡ୍ଡି , ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜାର ଅନ୍ତର୍ଗତ ପ୍ରମୋଦ ମହାରଣା , ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦରବାଲି ଗ୍ରାମର ଟୁକୁନା ଦାସ , ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ଗ୍ରାମର ସାଜନ ଗଉଡ , ଗୋପାଳପୁର ଥାନା ଅନ୍ତର୍ଗତ ଭେଙ୍କେଟରାୟପୁର ଗ୍ରାମର ନିଶା ନାୟକ , ଚମାଖଣ୍ଡି ଥାନା ଅନ୍ତର୍ଗତ ବଣବୁଲା ଗ୍ରାମର ସିମାଞ୍ଚଳ ରାଉଳ ପ୍ରମୁଖ ରହିଛନ୍ତି । ସଦର ଥାନା କେସ ନଂ ୮୯ ୧୯ ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର କୋର୍ଟକୁ ଚାଲଣ କରାଯାଉଥିବା ସଦର ଏସଡିପିଓ ଜୟନ୍ତ ମହାପାତ୍ରଙ୍କ ସୁତ୍ରରୁ ପ୍ରକାଶ ।