ବିଜେଡି ର ଜନସଂପର୍କ ପଦଯାତ୍ରା ଆରମ୍ଭ
ଶେରଗଡ, (ବିଭୁ ପ୍ରସାଦ ଦାସ):ଶେରଗଡ ବିଜେଡିର ଜନସଂପର୍କ ପଦଯାତ୍ରା ବୁଧବାର ଆରମ୍ଭ ହୋଇଛି। ସାମିଲ ହୋଇଛନ୍ତି ଶହ ଶହ କର୍ମୀ ଓ ନେତା। ସକାଳେ ନେତା କର୍ମୀ ମାନେ ବ୍ଳକ ସମ୍ମୁଖର ଏକଜୁଟ ହୋଇଥିଲେ। ପରେ ବିରାଟ ଶୋଭାଯାତ୍ରାରେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ନାରା ଦେଇ ପ୍ଳାକର୍ଡ ଧରି ଶେରଗଡ ଆସିକା ରାସ୍ତାରେ ଚାରି ଛକ କୁ ଆସିଥିଲେ। ଚାରି ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ଯ ପ୍ରଦାନ କରିଥିଲେ। ଚାରି ଛକରେ ଆୟୋଜିତ ପଥପ୍ରାନ୍ତ ସଭାରେ ବ୍ଳକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର ସମେତ ବ୍ଳକ ଅଧକ୍ଷ କ୍ରୁଷ୍ଣଚନ୍ଦ୍ର ନାୟକ , ବ୍ଳକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକପ୍ରମୁଖ ପଦଯାତ୍ରା ର ଲକ୍ଷ୍ଯ ଗ୍ରାମ ମାନଙ୍କ ରେ ପୂର୍ବ ବିଜେଡି ସରକାରର ସଫଳ କାହାଣୀ ମାନ ପହଂଚାଇ ବା ସହ ପୁଣି ବିଜେଡି କୁ ଯେପରି ସରକାରକୁ ଆଣିବାକୁ ସଚେତନ କରାଯିବ। ପୁରା ବ୍ଳକ ର ସମସ୍ତ ଗ୍ରାମକୁ ପର୍ଯ୍ଯାୟ କ୍ରମେ ପଦଯାତ୍ରା କରାଯାଇ ସଚେତନ କରାଯିବ। ଆଜି ଗାନ୍ଧୀ ଜୟନ୍ତୀ ଠାରୁ ଲୋକ ମାନ୍ଯ ତିଲକ ଜୟନ୍ତୀ ପର୍ୟ୍ଯନ୍ତ ଏହି ପଦଯାତ୍ରା ଚାଲୁ ରହିବ। ଭାଜପା ସରକାରର ମିଛ ପ୍ରତିଶ୍ରୁତି କୁ ଲୋକମାନଙ୍କ ପାଖରେ ପହଂଚାଇବା ବୋଲି କର୍ମୀ ମାନେ କହିଥିଲେ। ଚାରି ଛକରୁ ପଦଯାତ୍ରା ବାହାରି ରମୁଣିସାହି ହୋଇ ବଡଦାଣ୍ଡ ସାହି ହୋଇ ଆଜି ପଦଯାତ୍ରା କୁ ଶେଷ କରିଥିଲେ। ଏହାପରେ ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ପଦଯାତ୍ରା କରାଯିବ। ବୁଧବାର ଅନୁଷ୍ଠିତ ପଦଯାତ୍ରା ରେ ବରିଷ୍ଠ ନେତା ହୀନ ବେହେରା, ହ୍ରୁଷିକେଶ ପାଢୀ, ମେଘନାଦ ଦାସ, ଅନିଲ ମହାପାତ୍ର, କାହ୍ନୁଚରଣ ପଟ୍ଟନାୟକ, ବରୁଣ ପଲେଇ ସମେତବହୁନେତା ସାମିଲ ଥିଲେ।


