ମହାମାୟୀ ମହିଳା ମହାବିଦ୍ୟାଳୟର ପ୍ରାଣୀ ବିଭାଗର ବାର୍ଷିକ ଉସ୍ରବ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଳା ବ୍ରହ୍ମପୁର ଗାନ୍ଧିନଗରସ୍ଥିତ ମହାମାୟୀ ମହାବିଦ୍ୟାଳୟରେ ବୁଧବାର ଦିନ ପ୍ରାଣୀ ବିଭାଗ ତରଫରୁ ବାର୍ଷିକ ଉସ୍ରବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉସ୍ରବକୁ ବିଭାଗର ମୂଖ୍ୟ ଡା.ଏସ .ବସନ୍ତ କୁମାରୀ ଆଚାରୀ ସଂଯୋଜନାରେ ବାର୍ଷିକ ଉସ୍ରବ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ସ୍ତରୀୟ ଶିକ୍ଷା ପରାମର୍ଶ ଦାତା ପ୍ରଧ୍ୟାପକ ଶେଷଦେବ ସାହୁ ଛାତ୍ରୀ ମାନଙ୍କୁ ଶିକ୍ଷା ସଂମ୍ବନ୍ଧୀୟ ଦିଗଦର୍ଶନ କରିଥିଲେ ।ମୁଖ୍ୟବକ୍ତା ଭାବେ ସ୍ନାତକୋତର ପ୍ରାଣୀ ବିଭାଗର ଅଧାପକ ତଥା ଖଲ୍ଲିକୋଟ ମହାବିଦ୍ୟାଳୟର ପ୍ରସାଦ ବାରିକ ଯୋଗ ଦେଇ ପ୍ରାଣୀ ବିଭାଗର ବିଭିନ୍ନ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ଓଡିଆ ଅଧ୍ୟାପକ କୃଷ୍ଣଚନ୍ଦ୍ର ମହାପାତ୍ର ଅଭିଭାଷଣ ଦେଇ ସମୟର ଉପଯୋଗୀ କରିବାକୁ ନିର୍ଦେଶ ଦେଇଥିଲେ ।ପ୍ରଶାସନିକ ଅଧକ୍ଷା ଡା କଳ୍ପନା ସାହୁ ଗୁରୁ ଅଭିଭାଷଣ ଦେଇଥିଲେ ।ପ୍ରାଣୀ ବିଞ୍ଜାନ ର ୨୦୧୮ -୨୦୧୯ ପାଠଚକ୍ର ଆରମ୍ଭ ହୋଇଥିଲା ।ଏହି ପାଠ ଚକ୍ରରେ ପ୍ରଥମ ଓ ଦ୍ୱତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ପାଠଚକ୍ରରେ ଭାଗ ନେଇଥିଲେ । ଏହି ପାଠ ଚକ୍ରରେ ପ୍ରଥମ ,୨ୟ ,୩ୟ । ୨ୟ ବର୍ଷ ଛାତ୍ରୀ ଅଞ୍ଜନୀ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ପାଠ ଚକ୍ରରେ ଶ୍ରୀମତି ସମିତା ସାହୁ ଏବଂ ଶ୍ରୀମତି ଅନିତା କୁମାରୀ ଚୈାଧୁରୀ ସହଯୋଗ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବାର୍ଷିକ ଉସ୍ରବ ଶେଷରେ ବିଦାୟୀ ସମ୍ମର୍ଥନା ଦେଇ ନଥିପତ୍ର ପ୍ରଦାନ କରାଯାଇଥିଲା ।ଏହା ସହ +୩ ଶ୍ରେଣୀର ଛାତ୍ର ଛାତ୍ରୀ ପ୍ରଥମଶ୍ରେଣୀ ପ୍ରଣତୀ ପ୍ରିୟ ଦର୍ଶିନୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ