ମରେଇଗାଁ ଠାରେ ପି.ଏମ କିଶାନ ନିଧି ଯୋଜନାର ୧୮ତମ କିସ୍ତିର ହସ୍ତାନ୍ତର ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ମରେଇଗାଁ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଆଜି ଦିନ ଗୋଟାଏ ବେଳେ ପି.ଏମ କିଶାନ ନିଧି ଯୋଜନାର ୧୮ତମ କିସ୍ତିର ହସ୍ତାନ୍ତର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଟତିହି ବ୍ଲକର ବିଡି ଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବ୍ଲକ କୃଷି ଅଧିକାରୀ ଡ଼.ଦେବୀପ୍ରସନ୍ନ ଖୁଣ୍ଟିଆ, ସହକାରୀ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ ପ୍ରମୁଖ ଯୋଗଦେଇ ପି.ଏମ କିଶାନ ନିଧି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦୁଝର ଜିଲ୍ଲାରେ ମୋଟ ୧ ଲକ୍ଷ ୭୨ହଜାର ୨୫୧ ଜଣ ଚାଷୀ ଏହି ଯୋଜନାରେ ସହାୟତା ପାଉଥିବା ବେଳେ ହାଟଡିହି ବ୍ଳକରେ ସର୍ବାଧିକ ୧୭୪୭୮ ଜଣ ଚାଷୀ ଉପକୃତ ହେଉଛନ୍ତି।