ବୈଜ୍ଞାନିକଙ୍କୁ ଖେମୁଣ୍ଡି ମହାବିଦ୍ୟାଳୟ ରେ ସମ୍ବର୍ଦ୍ଧନା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ଯାଳୟ ପରିସରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା “ଇସ୍ରୋ”ର ବିକ୍ରମ ସରାଭାଇ ଅନ୍ତରୀକ୍ଷ କେନ୍ଦ୍ର ଆନୁକୂଲ୍ୟରେ ମଙ୍ଗଳବାର ବିଶ୍ବ ମହାକାଶ ସପ୍ତାହ ପାଳିତ ହୋଇଯାଇଛି।ଏହି ଅବସରରେ ଯୋଗ ଦେଇଥିବା ବିଜ୍ଞାନର ଶ୍ରେଷ୍ଠ ପୁରସ୍କାର ଶାନ୍ତିସ୍ବରୂପ ଭଟ୍ଟନାଗର ପୁରସ୍କାର ବିଜେତା ଇସ୍ରୋର ଯୁବ ଓଡ଼ିଆ ବୈଜ୍ଞାନିକ ଡ. ଦିଗେନ୍ଦ୍ର ନାଥ ସ୍ବାଇଁଙ୍କୁ ମହାବିଦ୍ଯାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ମହାବିଦ୍ଯାଳୟ ଅଧ୍ଯକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବୈଜ୍ଞାନିକ ଡ. ସ୍ବାଇଁଙ୍କ ସମେତ ମହାବିଦ୍ଯାଳୟ ପରିଚାଳନା କମିଟି ସଭାନେତ୍ରୀ ଡ. ସନ୍ଧ୍ଯାରାଣୀ ଦାସ, ଆଲୁମନି ସମ୍ପାଦକ ଏଡଭୋକେଟ ହରପ୍ରସାଦ ରଥ ଏବଂ ଇସ୍ରୋ ବୈଷୟିକ ସହାୟକ ନୀଳ ଲୋହିତ ବଳବନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ।ମହାକାଶ ଓ ପରିବେଶରେ ପରିବର୍ତ୍ତନ ଶୀର୍ଷକ ବିଷୟ ଉପରେ ବୈଜ୍ଞାନିକ ସ୍ବାଇଁ ଆଲୋକପାତ କରି ସ୍ପେସ ଟେକନୋଲୋଜି ମାଧ୍ୟମରେ ସମାଜ ବହୁ କ୍ଷେତ୍ରରେ ଅଗ୍ରଗତି କରି ଚାଲିଥିବା ପ୍ରକାଶ କରିଥିଲେ।ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ପ୍ରୋଜେକ୍ଟର ମାଧ୍ୟମରେ ତଥ୍ୟ ଉପସ୍ଥାପନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ସହ ବହୁ ସନ୍ଦେହ ମଧ୍ୟ ଦୂର କରିଥିଲେ।ରାଜନୀତି ବିଜ୍ଞାନ ଅଧ୍ଯାପିକା ଅନିତା ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ହିମାଂଶୁ ଶେଖର ମିଶ୍ର, ଆରତୀ ପାତ୍ର, ଭବାନୀ ଶଙ୍କର ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ, ଶାଲିନୀ ସକସେନା, ମାନସ କୁମାରସାହୁ, ଗୋପିନାଥ ଦାସ, ପୁଷ୍ପଲତା ସାହୁ, ତ୍ରିଲୋଚନ ରଇତ, ପ୍ରଭଞ୍ଜନ ପଣ୍ଡା, ସଶ୍ମିତା ସ୍ବାଇଁ, ନିର୍ମଳା ମହାନ୍ତିଙ୍କ ସମେତ ସମସ୍ତ ଅଧ୍ଯାପକ ଅଧ୍ଯାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।