ସ୍ବର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ସାମ୍ବାଦିକ, ସମ୍ବାଦ ଉଦଘୋଷକ ଭାରତ ସରକାରଙ୍କ ସୂଚନା ଓ ପ୍ରଶାରଣ ବିଭାଗର ଉପ-ମହାନିର୍ଦେଶକ, ବରିଷ୍ଠ ସମାଜସେବୀ ସ୍ବର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନବମ ଶ୍ରାଦ୍ଧ ବାର୍ଷିକ ଓ iáZò•eY ସଭା ସ୍ଥାନୀୟ ଖଣ୍ଡଗିରିସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛିö ଉକ୍ତ କାର୍ଯ୍ୟକ୍ରମରେ ମହିମା ସାଧୁ ମଧୁସୂଦନ ଦାସଙ୍କ ସଭାପତିତ୍ବ ଓ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୁକାନ୍ତି ପଣ୍ଡା, ମୁଖ୍ୟ ବକ୍ତା ଭାବେ ମୁଗୁପୁର ସମାଚାର ସମ୍ପାଦକ ମଦନ ମୋହନ ପାଢ଼ୀ, ସମ୍ମାନିତ ଅତିଥି ଭାବେ ଅଧିବକ୍ତା ସବିତା ରାଣୀ ଜେନା, ପଦ୍ମ ଚରଣ ବେହେରା ଉପସ୍ଥିତ ରହିବା ସହ ଅସହାୟ, ଅଭାବୀ ମହିଳାଙ୍କୁ ଅନ୍ନ ଓ ବସ୍ତ୍ର ବଣ୍ଟନ କରିଥିଲେ.ସ୍ବର୍ଗତ ତ୍ରିପାଠୀ ସାମ୍ବାଦିକତା ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଓ ଜାମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ଥିଲା ବୋଲି ମତବ୍ୟକ୍ତ କରିଥିଲେö ଜଣେ ସରଳ, ନିଷ୍ଠାପର ବ୍ୟକ୍ତି ଭାବେ ତାଙ୍କ ବ୍ୟକ୍ତିତ୍ୱ ଥିଲା ମହାନ.ରାଷ୍ଟ୍ରପତିଙ୍କ ସହିତ ବିଦେଶ ଗସ୍ତ କରି ଭାରତର ନାମକୁ ଆଗକୁ ନେଇ ଥିଲେ.ଆଜିର ଯୁବପିଢ଼ି ତାଙ୍କ ସାମ୍ବାଦିକତା, ସମାଜସେବା କାର୍ଯ୍ୟ ଓ ବହୁମୁଖୀ ପ୍ରତିଭାକୁ ଆଗକୁ ନେଇ କାମ କରନ୍ତୁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେö କାର୍ଯ୍ୟକ୍ରମକୁ ସମାଜସେବୀ ନାରାୟଣ ଖୁଣ୍ଟିଆ, ସାମ୍ବାଦିକା ରୀନା ମହାନ୍ତି ପରିଚାଳନା କରିଥିଲେö

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ