ବିଜେପି ନିର୍ବାଚନୀ ଇସ୍ତାହାର ପାଣିର ଗାର : ସୁକାନ୍ତ
ନୀଳଗିରି,(ୱାଏନଏସ):ନୀଳଗିରି ବାସୀଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଘରେ ଘରେ ପହଞ୍ଚିଲା ବଜେଡି | ବିଜେପି ସରକାର ଗଠନ କରିବାପରେ ଓଡିଶା ବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିବାରୁ ଏହାକୁ ପ୍ରତିବାଦ କରି ସମସ୍ତ ନାଗରିକ ମାନଙ୍କୁ ସଚେତନ କରିବା ପାଇଁ ଏଭଳି ଜନସମ୍ପରକ ପଦଯାତ୍ରା ମାଧ୍ୟମରେ ପଦକ୍ଷେପ ନିଆଯାଇଛି |ଏହି ପାରିପ୍ରେକ୍ଷୀରେ ଆଜି ଜନ ସମ୍ପର୍କ ପଦଯାତ୍ରା ବାଉଁଶବାଣିଆ ଛକରୁ ବାହାରି ଦୀର୍ଘ ୫ କିଲୋମିଟର ଆସି ପ୍ରତାପଡ଼ା ଛକ ରେ ପହଞ୍ଚିବା ପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା |ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ମଞ୍ଚାସିନ ଥାଇ ବିଜେପି ସରକାରର ମିଥ୍ୟା ପ୍ରତିଶୃତି ଆଜି ପାଣିରେ ଗାର ସଦୃଶ ହୋଇଛି | ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ନବୀନ ପଟ୍ଟନାୟକ ଙ୍କ ହାତମୁଠା ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ | ପୁଣି ବିଜେଡି ସରକାର ଆସିଲେ ସମସ୍ତ ସୁବିଧା ଉପଲବ୍ଧ କରାଯିବ ବୋଲି ବକ୍ତବ୍ୟରେ କହିଥିଲେ | ଅନ୍ୟତମ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ନୀଳଗିରି ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ସମାଜସେବୀ ମଦନ ମୋହନ ମାଝୀ, ଭାଗବତ ଖିଲାର, ରାଜୀବ ଦାସ ବାବୁ, ଦୀପକ ରଞ୍ଜନ ଦାସ, ସନାତନ ଜେନା, ରମାକାନ୍ତ ଧଳ, ରମାକାନ୍ତ ନାୟକ, ସୂଚିତ୍ରା ପ୍ରଧାନ, କୁଳମଣି ନାୟକ, ଶ୍ରୀକାନ୍ତ ପଣ୍ଡା, ଧିରେନ୍ଦ୍ର ମୁଦୁଲି,କପିଳ ସାମଲ ଲକ୍ଷ୍ମୀଧର ବାରିକ, ବିଜୟ ନାୟକ ପ୍ରମୁଖ ନିର୍ବାଚିତ ପ୍ରତିନିଧି, ଦଳୀୟ ନେତୃତ୍ୱ, କର୍ମୀ ଶତାଧିକ ବିଜେଡି କର୍ମୀ ଓ ଭୋଟର ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ଥିଲେ |
Nonetheless, when the degrees of cholesterol go beyond the suggested variety,
It can be used to produce diaform rich and creamy sauces, such as carbonara, Alfredo, and also mushroom sauce.
it can cause health issues, the most typical of which is high cholesterol.