ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା “ଦାନା”ର ମୁକାବିଲା ପାଇଁ ସମୁଦ୍ର ଉପକୂଳ ବର୍ତ୍ତି ଅଞ୍ଚଳ ପରିଦର୍ଶନ କଲେ ସରକାରୀ ଉପମୁଖ୍ୟ ସଚେତକ

ବାଲେଶ୍ୱର, (ସରୋଜ ପଣ୍ଡା):ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆଜି ରେମୁଣା ନିର୍ବାଚନ ମଣ୍ଡଳୀର ଇଞ୍ଚୁଡି, ଶ୍ରୀଜଙ୍ଗ, ତୁଣ୍ଡରା, ତାଳପଦା, କଳାମାଟିଆପାହି ଇତ୍ୟାଦି ସ୍ଥାନର ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସେଠାକାର ବ୍ୟବସ୍ଥା ବିଷୟରେ ତଦାରଖ କରିଥିଲେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଯୋଗାଯୋଗ, ବିଦ୍ୟୁତସେବା, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଭଳି ବିଷୟକୁ ଗୁରୁତ୍ୱ ଦେବା ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜନସାଧାରଣଙ୍କୁ ବାତ୍ୟା ପାଇଁ ଭୟଭୀତ ନହୋଇ ରାଜ୍ୟ ସରକାର ଏବଂ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ବାତ୍ୟା ସତର୍କ ସୂଚନା ମାନିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ଏବଂ ସରକାର ଲୋକଙ୍କ ସହ ସବୁବେଳେ ସବୁ ସମୟରେ ସହଯୋଗ ପାଇଁ ପ୍ରସ୍ତୁତ ବୁଲି ଲୋକଙ୍କୁ ବୁଝାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ