ସ୍ୱାଧୀନତା ସଂଗ୍ରାମୀ ତଥା କବି ଗୋବର୍ଦ୍ଧନ ଦାସଙ୍କ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକସ୍ଥିତ ଭଇଁଷା ଗ୍ରାମରେ କବିଶ୍ରୀ କଲ୍‌ଚର ଅନୁଷ୍ଠାନ ତରଫରୁ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା କବି ସ୍ୱର୍ଗତ ଗୋବର୍ଦ୍ଧନ ଦାସଙ୍କ ୯୭ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସକାଳେ ନାମ ସଂକୀର୍ତ୍ତନ ସହ ନଗର ପରିକ୍ରମା କରାଯିବା ପରେ ଗ୍ରାମ ସଫେଇ ଏବଂ ବୃକ୍ଷରୋପଣ କରାଯାଇଥିଲା । ପରେ ସମାରୋହସ୍ଥଳରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ କବି ସମ୍ମିଳନୀ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ତଥା ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ଜୟରାମ ମିଶ୍ର ସଭାପତି, ସଙ୍ଗୀତଗୁରୁ ଶ୍ରୀ ଘାସିରାମ ମିଶ୍ର ମୁଖ୍ୟ ଅତିଥି, ଅଧ୍ୟାପକ ମୋହନ ସାହୁ, ମୁଖ୍ୟ ବକ୍ତା, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ସୁରଞ୍ଜିତ ସାହାଣୀ, ଅନ୍ତର୍ଯ୍ୟାମୀ ମେହେର, ଧୋବେଇ ଚରଣ ପଟେଲ, ଜ୍ଞାନେନ୍ଦ୍ର ସାଏ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଗୁରୁ ଶ୍ରୀ ମିଶ୍ର ସ୍ୱଗର୍ତ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ଶ୍ରୀ ସାହୁ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ । କଳା, ସାହିତ୍ୟ ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମେହେର, ଦୁଖୀଶ୍ୟାମ ତ୍ରିପାଠୀ, ଭିକାରୀ ମହମ୍ମଦ, ଉପେନ୍ଦ୍ର କୁମାର ସାହୁ, ମୁକ୍ତେଶ୍ୱର ପ୍ରଧାନ, ଉପେନ୍ଦ୍ର ମହାପାତ୍ର, ପାର୍ବତୀ ମଲ୍ଲିକ, ଅବନୀ ଯୋଶୀ, ଡା ବିଶ୍ୱଜିତ୍ ଦାସ, ଶିବାନନ୍ଦ ତ୍ରିପାଠୀ, ମାନସୀ ମାଇତି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଆବାହକ ତଥା ସମ୍ପାଦକ ଗୁରୁ ଆଲୋକ ଦାସ ସଭା ପରିଚାଳନା କରିଥିଲେ । ଏଥିରେ ଦିପ୍ତୀପ୍ରକାଶ ଦାସ, ଆଗ୍ରହ ପ୍ରକାଶ ଦାସ, ଜୀବନ ପ୍ରକାଶ ଦାସ, ପ୍ରାଣ ପ୍ରକାଶ ଦାସ, ବିକାଶ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ