ବନ୍ଧନ ବ୍ୟାଙ୍କର ମୋଟ ବ୍ୟବସାୟ ୨୪% ବୃଦ୍ଧି ସହ ୨.୭୩ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ମୋଟ ବ୍ୟବସାୟ ଏହି ସମୟରେ ୨୪ ପ୍ରତିଶତ ବୃଦ୍ଧି ପାଇ ୨.୭୩ ଲକ୍ଷ କୋଟି ଟଙ୍କା ହୋଇଛି । ମୋଟ ଜମାରେ ବ୍ୟାଙ୍କର ରିଟେଲ୍ ଭାଗ ଏବେ ପ୍ରାୟ ୬୮ ପ୍ରତିଶତ ରହିଛି । ବିତରଣରେ ସମ୍ପ୍ରସାରଣ , ବ୍ୟବସାୟରେ ଦକ୍ଷତା ଓ ଅନୁକୂଳ ପରିଚାଳନା ପରିବେଶକୁ ନେଇ ଏହି ତ୍ରୈମାସିକରେ ବ୍ୟାଙ୍କ ଉେଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି ।
ବ୍ୟାଙ୍କ ଭାରତରେ ୬୩୦୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୩.୫ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୮୦୦୦୦ ରହିଛି ।୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୭% ବୃଦ୍ଧି ପାଇଛି । ମୋଟ ଜମା ଏବେ ୧.୪୨ ଲକ୍ଷ କୋଟି ଟଙ୍କା ରହିଛି ଏବଂ ମୋଟ ଅଗ୍ରୀମ ପରିମାଣ ୧.୩୧ ଲକ୍ଷ କୋଟି ଟଙ୍କା ହୋଇଛି । (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୩.୨% ରହିଛି । ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍‌) ୧୫.୪% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି ।ଫଳାଫଳ ସମ୍ପର୍କରେ ବନ୍ଧନ ବାଙ୍କର ଏମ୍‌ଡି ଓ ସିଇଓ ରତନ କୁମାର କେଶ କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କର ଦ୍ୱିତୀୟ ତୈମାସିକରେ ଦୃଢ଼ ପ୍ରଦର୍ଶନ ଗୂଣାତ୍ମକ ଅଭିବୃଦ୍ଧି ଧାରା ସହିତ ବିପଦର ଉପଯୁକ୍ତ ପରିଚାଳନା ଏବଂ ନିୟମ ପାଳନ ଉପରେ ଗୁରୁତ୍ୱକୁ ପ୍ରତିଫଳିତ କରୁଛି । ଆମର ସଫଳତା ଆମ ଗ୍ରାହକମାନଙ୍କ ବିଶ୍ୱାସ ଓ ଆମ କର୍ମଚାରୀମାନଙ୍କ ସମର୍ପଣ ଉପରେ ପର୍ଯ୍ୟବେସିତ । ଏହା ସହିତ ପ୍ରଯୁକ୍ତିରେ ନବସୃଜନ, ପ୍ରକ୍ରିୟାକୁ ପୁନର୍ଗଠିତ ଏବଂ ଉତ୍ପାଦ ଓ ଲୋକ ଦକ୍ଷତାରେ ଉନ୍ନତି ଉପରେ ଗୁରୁତ୍ୱ ବନ୍ଧନ ବ୍ୟାଙ୍କ ୨.୦ର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବ ।’’ରିଟେଲ୍ ପୋର୍ଟଫୋଲିଓକୁ ବଢ଼ାଇବା ଉପରେ ସ୍ପଷ୍ଟ ଗୁରୁତ୍ୱ ସହ ସଂପତିରେ ବିବିଧତା ଆଣିବା ଲାଗି ବ୍ୟାଙ୍କ ପ୍ରତିବଦ୍ଧ ରହିଛି । ଉତ୍ପାଦକତା ଓ ଦକ୍ଷତାକୁ ସୁଦୃଢ଼ କରିବା ସହ ସାମଗ୍ରିକ ଗ୍ରାହକ ଅନୁଭୂତି ବଢ଼ାଇବା ପାଇଁ ବ୍ୟାପକ ଡିଜିଟାଲ୍‌କରଣ ହେଉଛି ଏକ ପ୍ରମୁଖ ପ୍ରାଥମିକତା । କିଛି ମାସ ମଧ୍ୟରେ ବ୍ୟାଙ୍କ ପକ୍ଷରୁ ଟ୍ରେଡ୍ ସର୍ଭିସ୍‌, ପେନ୍‌ସନ୍ ସ୍କିମ୍‌, ଅବ୍‌ନି ସଂଚୟ ଖାତା ଓ ଜିଏସ୍‌ଟି ପେମେଂଟ୍ ସେବା ଭଳି ବ୍ୟାପକ ନୂଆ ଉତ୍ପାଦର ଶୁଭାରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ