ଦିଗପହଣ୍ଡି ରେ ଏଆଇଟିୟୁସିର ପ୍ରତିଷ୍ଠା ଦିବସ ପାଳିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟାଳୟ ରେ ଅଖିଳ ଭାରତ ଶ୍ରମିକ କଂଗ୍ରେସ ଏଆଇଟିୟୁସିର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଆଇଟିୟୁସିର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ଅଳକ ନାଥ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମିକ ସଙ୍ଗଠନର ରାଜ୍ୟ ପରିଷଦ ସଦସ୍ୟ କିଶୋର ଶତପଥି ପତାକା ଉତ୍ତୋଳନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ଶ୍ରମ କୋର୍ଡର ସଂଶୋଧନ ପାଇଁ ପ୍ରସ୍ତାବ ଆଗତ କରିଥିବାରୁ ଆୟୋଜିତ ସଭାରେ ଦଳୀୟ ନେତୃବୃନ୍ଦ ତୀବ୍ର ନିନ୍ଦା କରିବା ସହ ଏହା ବିରୋଧରେ ସମଗ୍ର ଦେଶରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଦରଦାମ ବୃଦ୍ଧି ବନ୍ଦ କରିବା।ବେରୋଜଗାର ଯୁବକଙ୍କୁ କର୍ମ ନିଯୁକ୍ତି।ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନର ବ୍ୟବସ୍ଥା।ସମସ୍ତ ଗରିବ ଅସହାୟଙ୍କୁ ଖାଉଟି କାର୍ଡ ଯୋଗାଇଦେବ।କୃଷକ ମାରଣ ନୀତି ବନ୍ଦ କରିବା। କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ବନ୍ଦ କରାଯିବା ପ୍ରଭୃତି ଦାବୀ ନେଇ ଉପସ୍ଥିତ ଶ୍ରମିକ ମାନଙ୍କୁ ସଚେତନ କରାଯାଇଥିଲା।ରବି ସେଠୀ,ଅରୁଣ ମହାରଣା,ଆର.ପୂର୍ଣ୍ଣ, ଏନ୍. ଶୁକ୍ରୁ,ପୁରୁଷୋତ୍ତମ ବେହେରା,ପର୍ଶୁରାମ ବିଷୋୟୀ,ଲୋକନାଥ ବିଷୋୟୀ, ପ୍ରତାପ ପରିଡ଼ା, ରମେଶ ଭୁଁୟା, ସୁବାସ ନାଇକ, ଶିବରାମ ପାତ୍ର, ରଘୁନାଥ ପରିଡ଼ା, ଅଶୋକ କୁମାର ସେଠୀ, ଦୟାନିଧି ସ୍ବାଇଁ,କିଶୋର ସ୍ବାଇଁ, ଚନ୍ଦ୍ର ବେହେରା, ସନ୍ତୋଷ ବେହେରା, ପ୍ରଫୁଲ୍ଲ ବେହେରା, ସିମାଞ୍ଚଳ ବେହେରା, ପାଣ୍ଡବ ସେଠୀ, କାଶୀନାଥ ଗୌଡ଼, କିଶୋର ଚନ୍ଦ୍ରବେହେରା, ଜି.ଭୀମସେନ, ବୁଦ୍ଧିଆ ସେଠୀ, ନିଳାଞ୍ଚଳ ବେହେରା, ମନୋଜ ବେହେରା,ବାରିକ ବେହେରା, ଅନାଦି ସେଠୀ, ଗୌରୀଶଙ୍କର ସାହୁ, ସତ୍ୟନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।,