ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ବ୍ଳକ ସ୍ଥରୀୟ ଶିଶୁ ମହୋତ୍ସବ ୨୦୨୪ ତଥା ଅନ୍ତର୍ଜାତୀୟ ବାଳିକା ଦୀବସ ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥିତ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି ‌। ଏହି ଅବସରରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପୈାରାଞ୍ଚଳ ପ୍ରତିନିଧି ପ୍ୟାରୀମୋହନ ପାଢି, ବ୍ଳକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ସିଡିପିଓ ଗାଙ୍ଗି ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଶିଶୁକନ୍ୟା ପ୍ରତି ହେଉଥିବା ହିଂସା, ଅବହେଳା, ବାଲ୍ୟ ବିବାହ ଓ ଭୃଣହତ୍ୟା ପ୍ରତି ସଚେତନତା ବ୍ୟକ୍ତ କରିବା ସହ କନ୍ୟାକୁ ରତ୍ନ ସହ ତୁଳନା କରିବା ଆବଶ୍ୟକ ବୋଲି ବାଳିକା ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ଜ୍ଞାନର ବିକାଶ ସହ ଝିଅ ମାନଙ୍କ ମଧ୍ୟରେ ପ୍ରତିଭା ଓ ସାମର୍ଥ୍ୟ ଭରି ରହିଛି ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଲକର ୧୦ଟି କ୍ଳଷ୍ଟର ପ୍ରାୟ ୪୦୦ଜଣ ଛାତ୍ର ଛାତ୍ରୀ ମାନଙ୍କ ସହ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ନୀରିକ୍ଷକ ଭାବେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟଶିଳ୍ପୀ ଡି. ପ୍ରିୟଙ୍କା ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ବାଳିକା ଶିକ୍ଷା ସଚେତନତା ପାଇଁ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଵନ୍ଦ କ୍ଳଷ୍ଟର ଡି. ପାଟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରିପାରିଥିଲା। କାର୍ଯ୍ୟକ୍ରମକୁ ଏବିଇଓ ସୁଶିଲ କୁମାର ପାତ୍ର ଓ ବାଳକୃଷ୍ଣ ପାତ୍ର ପରିଚାଳନା କରିଥିଲେ। ସିଆରସିସି ଓ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ