ମାଆ ତାରିଣୀ ମନ୍ଦିରରୁ ଚୋରି ପୋଲିସର ତଦନ୍ତ ଜାରି

ବାରିପଦା,(ମୁରାରୀ ମୋହନ ମହାପାତ୍ର )ମନ୍ଦିର ବାହାରେ ହୁଣ୍ଡୀ ବାକ୍ସ ଜଙ୍ଗଲ ନିକଟରେ ପଡିଛି,ମନ୍ଦିରରକୁ ନନା ଆସି ଦେଖିବା ବେଳକୁ ଏଭଳି ଦେଖି ମନ୍ଦିର ନିକଟରେ ମନ୍ଦିରର ପୂଜକଙ୍କ ମୁଣ୍ଡରେ ଚଡକ ପଡ଼ି ଯାଇଛି। ଚୋର ଏମିତି ଚୋରି କଲେ ଶେଷରେ ମନ୍ଦିର ଭିତରେ ପଶି ସବୁକିଛି ଲୁଟି ନେଇ ଗଲେ ଚୋର ଏବେ ତାଲା ବନ୍ଦ ଘର ପରେ ଯୋଜନା ବଧ ଭାବରେ ମନ୍ଦିରରୁ ଭକ୍ତ ମାନେ ଦାନଦେଇଥିବା ହୁଣ୍ଡରୁ ମାଆ ଙ୍କର ବର୍ଷକର ଦୁଇଟି ଦାନବକ୍ସରୁ ସମସ୍ତ ଅର୍ଥ ଏବଂ ମନ୍ଦିର ଭିତରେ ପଶି ସର୍ବସ୍ବ ଲୁଟି କଳା କାନା ବୁଲାଇ ଫେରାର ମାରିଲେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଦୁଗୁଧା ଗ୍ରାମ ନିକଟ ଖଣ୍ଡି ହୁଡ଼ିରେ l ହଁ ଆଜ୍ଞା ଉଦଳା ଅଞ୍ଚଳରେ ପୁଣି ମନ୍ଦିର ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି l ଗତକାଲି ଖଣ୍ଡିହୁଡି ମାଆ ତାରିଣୀଙ୍କ ମନ୍ଦିର ଉତ୍ସବ ମୁଖରିତ ଥିଲା ଭକ୍ତଙ୍କ ଭିତରେ ଖୁସି ଭରି ରହିଥିଲା ଆଉ ବିଳମ୍ବିତ ରାତ୍ରି ସମୟ ରେ ଘଟିଲା ବଡ ଅଘଟଣ l ଉଦଳା ଅଞ୍ଚଳରେ ଗୋଟେ ପଟେ କହିବାକୁ ଗଲେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେlଇଛି l କିଛି ଦିନ ପୂର୍ବରୁ ଉଦଳା ଅଞ୍ଚଳ ରେ ତାଲା ବନ୍ଦ ଘରୁ, ଘରେ କେହି ନଥିବାର ସୁଯୋଗ ନେଇ ଅମାନିଆ ଚୋର କଳା କନା ବୁଲାଇ ଥିବା ବେଳେ ପୋଲିସ ର ହାତ ଖାଲି ପଡିଛି ତେବେ କିଛିଦିନ ପୂର୍ବରୁ ମାଉସୀମାଆ ମନ୍ଦିର ନିକଟରେ ଥିବା ଭୈରବୀ ମନ୍ଦିର ଦୁର୍ବୁତ୍ତ ମାନେ ମନ୍ଦିର ର ହୁଣ୍ଡୀ ବାକ୍ସ ରୁ ଲୁଟ କରି ଥିବା ବେଳେ ଏବେ ଦୁର୍ବୁତ୍ତ ମାନେ ଶେଷରେ ଖଣ୍ଡି ହୁଡ଼ି ମାଆ ତାରିଣୀ ଙ୍କ ମନ୍ଦିର ରୁ ମାଆ ଙ୍କ ସମସ୍ତ ଜିନିଷ ସହିତ ମନ୍ଦିର ରେ ଥିବା ହୁଣ୍ଡୀ ବାକ୍ସ କୁ ଲୁଟି ନେଇ ଛନ୍ତି l ଏହି ଘଟଣା ଏବେ ଅଞ୍ଚଳ ରେ ବୁଦ୍ଧି ଯିବି ମହଲ ରେ ଚୋରି କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ବର୍ଷକ ପୂର୍ବରୁ ଚୋର ମାନେ ଏହି ଖଣ୍ଡିହୁଡି ମାଆଙ୍କ ମନ୍ଦିର ରୁ ଏବଂ ମାଆଙ୍କ ମୁକୁଟ ଠାରୁ ଆରମ୍ଭ କରି ସମସ୍ତ ଅଳଙ୍କାର ସହିତ ସବୁ କିଛି ଲୁଟି ନେଇ ଥିବା ବେଳେ, ଗତକାଲି ବିଳମ୍ବିତ ରାତ୍ର ସମୟ ରେ ମାଆ ଙ୍କ ପହଡ ପଡ଼ି ଥିଲା ଏଥର ଚୋର ମାଆ ଙ୍କ ପାଖ ପହଞ୍ଚି ପାରି ନାହାନ୍ତି ମାଆ ସୁରକ୍ଷିତ ରହିଛନ୍ତି ତେବେ ଘଟଣା କୁ ନେଇ ମନ୍ଦିର ପକ୍ଷରୁ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି… ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ବାରିପଦାରୁ ସାଇଣ୍ଟିଫିକ ଦଳର ସାହାଯ୍ୟ ଲୋଡିଛି, ତେବେ ଆଗକୁ ଦେଖିବାକୁ ବାକି ଅଛି ପୋଲିସ ଚୋର ମାନଙ୍କୁ କେଵେ ଧରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ