ବ୍ରିଗେଡ୍ ହୋଟେଲ ଭେଂଚର୍ସ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦକ୍ଷିଣ ଭାରତର ସର୍ବବୃହତ ହୋଟେଲ ଶୃଙ୍ଖଳା ବ୍ରିଗେଡ ହୋଟେଲ ଭେଂଚର୍ସ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି । କମ୍ପାନି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ)ରେ ନୂଆ ସେୟାର ଜାରି କରି ୯୦୦ କୋଟି ଟଙ୍କା ସଂଗ୍ରହ କରିବ ।ବ୍ରିଗେଡ ହୋଟେଲ ଭେଂଚର୍ସ ଲିମିଟେଡ ହେଉଛି ଭାରତ ବିଶେଷ କରି ଦକ୍ଷିଣ ଭାରତର ପ୍ରମୁଖ ସହରରେ ହୋଟେଲର ମାଲିକ ଓ ବିକାଶକାରୀ । କେରଳ, ଆନ୍ଧ୍ରପ୍ରଦେଶ, ତାମିଳନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆଣ୍ଡାମାନ ନିକୋବର ଓ ପଣ୍ଡିଚେରିରେ ସେମାନେ ହେଉଛନ୍ତି ଦ୍ୱିତୀୟ ସର୍ବବୃହତ ସ୍ୱୀକୃତିପ୍ରାପ୍ତ ହୋଟେଲ । ୨୦୨୪ ଜୁନ ୩୦ ସୁଦ୍ଧା ସର୍ବଭାରତୀୟ ସ୍ତରରେ କମ୍ପାନିର ଅତିକମରେ ୫୦୦ କୋଠରି ରହିଛି ।ବ୍ରିଗେଟ ହୋଟେଲ ଭେଂଚର୍ସ ଲିମିଟେଡ ହେଉଛି ବ୍ରିଗେଡ ଏଂଟରପ୍ରାଇଜେସ ଲିମିଟେଡର ଏକ ଶତ ପ୍ରତିଶତ ସହାୟକ କମ୍ପାନି । ଏହା ହେଉଛି ଭାରତର ଅନ୍ୟତମ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା । ୨୦୦୪ରେ ଏହା ଆତିଥେୟତା କ୍ଷେତ୍ରରେ ପ୍ରବେଶ କରିଥିଲା ଓ ୨୦୦୯ରେ ବେଙ୍ଗାଲୁରୁରେ ଗ୍ରାଣ୍ଡ ମାରକ୍ୟୁର ହୋଟେଲର ଶୁଭାରମ୍ଭ କରିଥିଲା । କମ୍ପାନିର କର୍ଣ୍ଣାଟକର ବାଙ୍ଗାଲୋର, ତାମିଲନାଡୁର ଚେନ୍ନାଇ, କେରଳର କୋଚି, କର୍ଣ୍ଣାଟକର ମହୀଶୂର ଓ ଗୁଜରାଟର ଗିଫ୍ଟ ସିଟିରେ ଥିବା ୯ଟି ହୋଟେଲରେ ୧୬୦୪ କୋଠରି ରହିଛି । ମାରିଅଟ, ଆକର, ଇଂଟରକଂଟିନେଂଟାଲ ହୋଟେଲସ ଗ୍ରୁପ ଭଳି ବିଶ୍ୱସ୍ତରୀୟ ହୋଟେଲକୁ କମ୍ପାନି ପରିଚାଳନା କରୁଛି । ଡାଇନିଂ, ସ୍ପେସିଆଲିଟି ଲାଉଞ୍ଜ, ସ୍ୱିମିଂ ପୁଲ, ଆଉଟଡୋର ସ୍ପେସ, ସ୍ପା, ସମ୍ମିଳନୀ ଓ ପ୍ରଦର୍ଶନୀ ଲାଉଞ୍ଜ, ସ୍ୱିମିଂ ପୁଲ, ବାହ୍ୟ ସ୍ଥାନ ଓ ଜିମ ଭଳି ସୁବିଧା ଏହା ପ୍ରଦାନ କରୁଛି ।ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ ।