ଗୋପୀନାଥ ମନ୍ଦିରରେ ଗିରିଗୋବର୍ଦ୍ଧନ ପୂଜା
ଜଟଣୀ,(ୱା ଏନ ଏସ ) : ଜଟଣୀ ବ୍ଳକର ଗୋପୀନାଥ ମନ୍ଦିରରେ ବାସ କରୁଥିବା ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ଏବଂ ଅର୍ଣ୍ଣକୂଟ ଉତ୍ସବ ଧୁମଧାମରେ ପାଳିତ ହୋଇଯାଉଛି। ଦୀର୍ଘ ୯୨ ବର୍ଷ ଧରି ଜଟଣୀ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଗିରିଗୋବର୍ଦ୍ଧନ ପୂଜା ଧୁମଧାମରେ ପାଳନ ହୋଇଆସୁଛି। ଏହି ଉତ୍ସବରେ ଜଟଣୀ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ ,ବିଜେପି ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ , ଜଟଣୀ ନଗରପାଳ ଅନନ୍ତ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।ଏହି ମନ୍ଦିର କମିଟିର ସଭାପତି ମହେଶ ଅଗ୍ରୱାଲା,ସମ୍ପାଦକ ପ୍ରଦୀପ ଆଗ୍ରୱାଲ, ଉପାଧ୍ୟକ୍ଷ ଶଙ୍କର ପ୍ରସାଦ ଅଗ୍ରୱାଲ, ବରିଷ୍ଠ ଖବରଦାଦା ସଜନ ଅଗ୍ରୱାଲ, ରୋହତାଶ ପଲିବାଲାଙ୍କ ସହିତ ମାରୱାଡି ଯୁବମଞ୍ଚ ଜଟଣୀ ସିଟି, କର୍ମା ଗ୍ରୁପ, ମାରୱାଡ଼ି ମହିଳା ସମିତି ଏବଂ ସ୍ଥାନୀୟ ଅଞ୍ଚଳର ସାମାଜିକ ଅନୁଷ୍ଠାନ ସହଯୋଗ କରିଥିଲେ।