ସଦର ବିଜୁ ଜନତା ଦଳର ବିଶାଳ ‘ଜନ ସମ୍ପର୍କ ପଦଯାତ୍ରା’

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା ବାଲେଶ୍ବର ସଦରର ପୂର୍ବତନ ବିଧାୟକ ସ୍ବରୂପ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ମିସନ ପଡିଆରୁ ଏକ ବିରାଟ ପଟୁଆରରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଗାନ୍ଧ ସ୍ମୃତି ଭବନରେ ଶେଷ ହୋଇଥିବା ବେଳେ ଶତାଧିକ ବିଜୁ ଜନତା ଦଳର କର୍ମୀ ଓ ନେତା ସାମିଲ ହୋଇଥିଲେ।ଏହା ପରେ ସ୍ଥାନୀୟ ଗାନ୍ଧ ସ୍ମୃତି ଭବନରେ ଏକ ବିଶାଳ ସାଧାରଣ ସଭା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରଂଜନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଏଇ କିଛି ମାସ ମଧ୍ୟରେ ଜନତା ବୁଝି ସାରିଲେଣି ବିଜେପି ଦଳ କଣ,କିଭଳି ଏ ମିଛୁଆ ଦଳ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି।ଏହି ସଭାରେ ଦଳର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦେଇ ବିଜେପି ଦଳ କେବଳ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାର୍ଯ୍ୟକୁ ରଂଗ ବଦଳାଇ ବାହା ବାହା ନେବା ପାଇଁ ଚେଷ୍ଟା କରୁଛ କିନ୍ତୁ ତାଙ୍କର ଏହି ଚାଲକୁ ଜନତା ବୁଝି ସାରିଲେଣି।ସଦରର ପୂର୍ବତନ ବିଧାୟକ ସ୍ବରୂପ ଦାସ ଯୋଗଦେଇ ବିଜେପି ସରକାର ପୂର୍ବ ସରକାରଙ୍କ ଜନ କଲ୍ୟାଣ ଯୋଜନାକୁ ନାମ ବଦାଳାଇ ନିଜ ଅକ୍ଷମତା ଜଣାଇଦେଇଛନ୍ତି,ଏଣୁ ଆଗାମୀ ଦିନରେ ତାହାର ଜବାବ ଜନତା ନିଶ୍ଚୟ ଦେବେ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିସିପାଲିଟିର ଉପାଧ୍ୟକ୍ଷ କୈଳାସ ସେଠୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ, ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ବାଳ,ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା,ଟାଉନ ସଭାପତି ସନତ ଦାସ,ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ,ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା,ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର,ଟାଉନ ଯୁବ ସଭାପତି ଉମାଶଂକର ତିଆଡି,କାଉସିଲର ତଥା ଟାଉନ ମହିଳା ସଭାପତି ମୀନା ମହାନ୍ତି,କାଉସିଲର ମିତା ପଟ୍ଟନାୟକ,କବିତା ମୃମୁ,ମିରାଜ ବାନୋ,ସଂଧ୍ୟାରାଣୀ ଜେନା,ସବିତା ରାଣୀ ଦାସ,ଶଶିରେଖା ମହାନ୍ତି,ସେକ ଆୟୁବ,କାର୍ତିକ ସାହୁ,ପୂର୍ବତନ କାଉନସିଲର ସାକିର ଖାନ,ଧନଞ୍ଜୟ ଜେନା,ସଂଜୟ ବେହେରା,ବିଶ୍ବଜିତ ମହାପାତ୍ର,ନଳିନୀକାନ୍ତ ଦାସ,ରିତିକ ଜୀ,ଅଶୋକ ଆଢ୍ୟ,ଜଗନ୍ନାଥ ମହାରଣା,ଅଶୋକ ଦାସ,ସୁନିଆ ମୃମୁ,ରାଜଲକ୍ଷ୍ମୀ ଚଟାର୍ଜୀ,ରଂଜିତା ପଣ୍ଡାଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ,ୱାର୍ଡ ସଭ୍ୟ ମାନେ ଉପସ୍ଥିତ ଥିଲେ।ଏହି ଜନ ସମ୍ପର୍କ ପଦଯାତ୍ରା ମୁନିସିପାଲିଟିର ୩୧ଟି ୱାର୍ଡ ସମେତ ସଦର ବ୍ଲକର ୨୬ଟି ପଞ୍ଚାୟତର ନେତୃମଣ୍ଡଳୀ ସାମିଲ ହୋଇଥିବା ବେଳେ ସଭା ଶେଷରେ ଜିଲ୍ଲା ସମ୍ପାଦକ ମନୋଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ