ବ୍ଲକ ସ୍ତରୀୟ ବିଜ୍ଞ୍ୟାନ ମେଳା ଓ ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ଛାମୁଣ୍ଡା ଉଦୟନାଥ ନୋଡାଲ ବିଦ୍ୟାପୀଠ ଠାରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୪ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ କଲ୍ୟାଣୀ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଉଦଘାଟନ କରିଥିବା ବେଳେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ମହେନ୍ଦ୍ର କୁମାର ପଣ୍ଡା
ଯୋଗ ଦେଇଥିଲେ l ଏହି ବିଜ୍ଞାନ ପ୍ରଦର୍ଶନୀରେ ବ୍ଲକର ୧୪ଟି କ୍ଳଷ୍ଟରର କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ସର୍ବମୋଟ ୧୩୫ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ବେଷ୍ଟ ୭ଜଣକୁ ମନୋନୀତ କରାଯାଇଥିଲା l ସେଥିମଧ୍ୟରୁ ବରିଷ୍ଟ ବର୍ଗର ଜଗନ୍ନାଥ ପାତ୍ର ରାଣୀଭୂମି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଏ.ଆୟୁଷ୍ମାନ ରାଓ ୟୁପିସ୍କୁଲ କଳିଙ୍ଗ ପଦର ଏବଂ କନିଷ୍ଠ ବର୍ଗର ରୁଦ୍ର ନାରାୟଣ ନାୟକ (ଓଡିଶା ଆଦର୍ଶ ବିଦ୍ୟାଳୟ) ଓ ଝାନ୍ସୀରାଣୀ ଡାଙ୍ଗୁଆ ବିଡ଼ିପୁର,ବାଳିକା ଉଚ୍ଚ ବିଦ୍ୟାଳୟରୁ ମନୋନୀତ ହୋଇ ମୋଟ ଚାରିଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ଚୟନ ହୋଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ନାଥ ପ୍ରଧାନ ସୂଚନା ଦେଇଛନ୍ତି l କାର୍ଯ୍ୟକ୍ରମରେ ବିଚାରକ ରୂପେ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ଭାସ୍କର ଗୌଡ଼ ଓ ଭୌତିକ ବିଜ୍ଞାନ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ କାର୍ଯ୍ୟ ନିର୍ବାହ କରିଥିଲେ l ଅପରାହ୍ନରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ କଲ୍ୟାଣୀ ପାଢ଼ୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ, ମୁଖ୍ୟ ବକ୍ତା ଭାବେ ନୃସିଂହ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ପ୍ରଧାନ, ,ସିଆରସିସି ମନୁ ସେଠୀ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ନାଥ ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ l କାର୍ଯ୍ୟକ୍ରମରେ ଭାଗ ନେଇଥିବା ଓ ମନୋନୀତ ହୋଇଥିବା ସମସ୍ତ ବରିଷ୍ଠ ଏବଂ କନିଷ୍ଠ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଶିକ୍ଷକ ଅଜିତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ନୃସିଂହ ନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ |