ଆରିୟନ୍‍ ପବ୍ଳିକ ସ୍କୁଲରେ ସ୍କାଉଟ୍‍ସ ଓ ଗାଇଡ୍‍ସ ଦିବସ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ସ୍ଥିତ ଆରିୟନ୍‍ ପବ୍ଳିକ ସ୍କୁଲରେ ସ୍କାଉଟ୍‍ସ ଓ ଗାଇଡ୍‍ସ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିବାରେ ଆସିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆସିକା ଆରିୟନ୍‍ ପବ୍ଳିକ ସ୍କୁଲର ସଂପାଦକ ପରବିନ୍ଦର ସିଂ, ନିର୍ଦ୍ଦେଶକ ଅଭିନିତ୍‍ ଗମ୍ଭୀର, ପ୍ରଶାସନିକ ମୁଖ୍ୟ ଦୀପ୍‍ ଗମ୍ଭୀର, ନିର୍ଦ୍ଦେଶକ ଗୀତୁ ଗମ୍ଭୀରଙ୍କ ପରାମର୍ଶକ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଥିବା ଭାରତ ସ୍କାଉଟ୍‍ସ ଓ ଗାଇଡ୍‍ସର ୭୫ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ ଯୋଗଦେଇ ଏହି ଦିବସ ପାଳନର ଲକ୍ଷ୍ୟ, ଅଭିମୁଖ୍ୟ ଓ ଇତିହାସ ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ଦେବା ସାଙ୍ଗକୁ ସ୍କାଉଟ୍‍ସ ଓ ଗାଇଡ୍‍ସ ମାନେ ସେବା ମନୋଭାବ ନେଇ ସମାଜସେବା ଓ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ଆସିକା ଆରିୟନ୍‍ ପବ୍ଳିକ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଭାରତ ସ୍କାଉଟ୍‍ସ ଓ ଗାଇଡ୍‍ସର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍କାଉଟ୍‍ ଶିକ୍ଷକ ମନୋରଂଜନ ରଂଥ, ଗାଇଡ୍‍ ଶିକ୍ଷକ ଭାରତୀ କୁମାରୀ ଷଡଙ୍ଗୀ, କ୍ରୀଡା ଶିକ୍ଷକ ନାରାୟଣ ଗୌଡ, ସହକାରୀ ଶିକ୍ଷକ କେ.ସୁର୍ଯ୍ୟନାରାୟଣ ଆଚାରୀ, ସୁପ୍ରଭା କୁମାରୀ ବିଶ୍ୱାଳ, ପ୍ରଣତୀ ମିଶ୍ର, ପ୍ରଶାନ୍ତ କୁମାର ମହାପାତ୍ର, ସ୍ନିଗ୍ଧାରାଣୀ ପାଢୀ, ମିନତୀ ମହାପାତ୍ର, ସେଫାଳୀ ମିଶ୍ର, ସବିତା ମହାପାତ୍ର, ପ୍ରିୟଙ୍କା ସିିୟ, ବନ୍ଦନା ମହାରଣା, ବଳରାମ ପଣ୍ଡା, ସୁଶିଲ୍‍ କୁମାର ପାଢୀ, ନାରାୟଣ ଡାକୁଆ, ଗଣେଶ ନାହାକ, ଗଣେଶ ପ୍ରଧାନ, ମନୋଜ କୁମାର ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲା ବେଳେ ସ୍କାଉଟ୍‍ସ ଓ ଗାଇଡ୍‍ସର ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ