ଶ୍ରୀରାଧାଙ୍କ ପାଦ ଦର୍ଶନ
ଚାଲ ମନ ସାକ୍ଷୀଗୋପାଳ
ଶ୍ରୀରାଧାଙ୍କ ପାଦ ଦର୍ଶନ ବେଳ,
ଚୋଲି ଘାଗରାରେ ଲୁଚି ରହିଥିଲା
ଆଜି ଓଡିଆଣୀ ବେଶ ବଉଳ ।।
ଅଁଳା ନବମୀ ତିଥିରେ
ଓଡ଼ିଆଣୀ କଥା ରଖିଲେ,
କାଣିଆ କଛାକୁ ଆଣ୍ଟେ ମାରିଛନ୍ତି
ଦର୍ଶନ କରିବା ପାଦ ଯୁଗଳ ।
ବୃନ୍ଦାବନବିହାରୀ କୃଷ୍ଣ
ସାକ୍ଷୀଗୋପାଳେ କଲେ ରାସ,
ସାକ୍ଷୀଦେବା ପାଇଁ ଆସି ରହିଗଲେ
ଫେରି ନପାରିଲେ ରାଧାଙ୍କ ପାଶ ।
ଲକ୍ଷ୍ମୀରୂପେ ସେ ରାଧାରାଣୀ
ଜନ୍ମ ନେଲେ ହୋଇ ବ୍ରାହ୍ମଣୀ,
କୃଷ୍ଣ ତାଙ୍କ ପ୍ରେମେ ପାଗଳ ହୋଇଲେ
ଲକ୍ଷ୍ମୀ ଘରେ ବସ୍ତ୍ର ଛାଡିଲେ ଜାଣି ।
ସାକ୍ଷୀଗୋପାଳରେ ଚହଳ
ଲକ୍ଷ୍ମୀ କୃଷ୍ଣ ପ୍ରେମୀଯୁଗଳ,
ସ୍ବପ୍ନାଦେଶ ବଳେ ନିର୍ମାଣ କରିଲେ
ରାଧାମୂର୍ତ୍ତି ଲକ୍ଷ୍ମୀ ମୁଖମଣ୍ଡଳ ।
ରାଧାମୂର୍ତ୍ତି ହେଲା ନିର୍ମାଣ
ଲକ୍ଷ୍ମୀ ଅସୁସ୍ଥତା ପ୍ରମାଣ,
ପ୍ରାଣପ୍ରତିଷ୍ଠାରେ ପ୍ରାଣ ଉଡିଲା
ଲକ୍ଷ୍ମୀ ପାଇଁ ରାଧାପାଦ ଦର୍ଶନ ।।
ଗଦାଧର ସାହୁ,କଙ୍କଡ଼ାଦ୍ଵୀପ,
ବ୍ରହ୍ମଗିରି,ପୁରୀ