ଗୋପାଳପୁର ବନ୍ଦର ରେ ମାଲ ପରିବହନ କୁ ନେଇ ପୋଲିସ ଓ ଟ୍ରକ ମାଲିକ ମାନଙ୍କ ମଧ୍ୟ ରେ ହୋହାଲ୍ଲା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି କିଛି ସମୟ ଧରି ଉତେଜନା ସହ ଠେଲା ପେଲା ହେବାର ଦେଖିବାକୁ ମିଳିଥିଲା, କିଛି ସମୟ ଧରି ପୋଲିସ ଓ ଟ୍ରକ ମାଲିକ ମାନଙ୍କ ମଧ୍ୟ ରେ ହୋହାଲ୍ଲା ହୋଇଥିଲା, ପୋଲିସ ଗାଡି ଆଗକୁ ଆସି ମଧ୍ୟ ଟ୍ରକ ମାଲିକ ମାନେ ନିଜ ପେଟ ପାଟଣା ନିମନ୍ତେ ସେମାନଙ୍କ ସମସ୍ୟା ଗୁଡିକ କିପରି ସମାଧାନ ହେବ ସେଥିପାଇଁ ଗୁହାରି କରିଥିଲେ, ନିଜ ପେଟ ପାଟଣା ନିମନ୍ତେ ଲଢେଇ କରୁଥିବା ବେଳେ ଆମର କିଛିଭାଇ ମାନଂକୁ ଅଯଥା ରେ ପୋଲିସ ଉଠାଇ ନେଉଛନ୍ତି ସେମାନେ ପୋଲିସ କୁ ପ୍ରଶ୍ନ କରିଥିଲେ, ଏନେଇ କାର୍ଯାଳୟ ସମ୍ମୁଖରେ ଉତେଜନା ଲାଗି ରହିଥିଲା , ଅନ୍ୟପଟେ ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରେସନ ପକ୍ଷରୁ ବହୁବାର ପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷ ଙ୍କ ନିକଟରେ ଦାବୀ କରାଯାଇଛି , ଏନେଇ ଗତ କିଛି ଦିନ ତଳେ ଟ୍ରକ ମାଲିକମାନଙ୍କ ର ସମସ୍ୟା ର ଯଥା ଶୀଘ୍ର ସମାଧାନ କରାଯାଉ ନଚେତ ଫେଡେରେସନ ପକ୍ଷରୁ ଆନ୍ଦୋଳନ ଦିଆଯିବ ବୋଲି ଡାକରା ଦିଆଯାଇଥିଲା l ଏହାକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ଦୁଇଥର ଟ୍ରକ ମାଲିକ ଏବଂ ଟ୍ରାନ୍ସପୋର୍ଟର ମାନଙ୍କ ସହ ଆଲୋଚନା କରାଯାଇଥିଲା , ମାତ୍ର କୋଣସି ସମାଧାନ ବାଟ ବାହାରି ନଥିଲା ,ବୁଧବାର ଅପରାହ୍ନ ୪ଟାରେ ପୁଣି ଉଭୟ ଙ୍କୁ ନେଇ ଏକ ବୈଠକ କରାଯିବ ବୋଲି ଛତ୍ରପୁର ଉପଜିଲ୍ଲାପାଳ ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରେସନ, ଗୋପାଳପୁର ଟ୍ରକ ମାଲିକ ସଂଘ, ମା ଦକ୍ଷିଣକାଳୀଟ୍ରାନ୍ସପୋର୍ଟ ମାଲିକ ସଂଘ ଓ ଗଞ୍ଜାମ ଟ୍ରକ ମାଲିକ ସଂଘ ଙ୍କୁ ଚିଠି କରିଥିଲେ l ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ କାର୍ଯାଳୟ ପରିସରରେ ଏବଂ ବାହାରରେ ଉତେଜନା ହେବାର ଦେଖିବାକୁ ମିଳିଥିଲା, କାରଣ ବ୍ରହ୍ମପୁର ମଲ୍ଟିଏକ୍ସଏଲର ଦୁଇଜଣ ମାଲିକ ଙ୍କୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଦେଖି ଫେଡେରେସନ ର ଟ୍ରକ ମାଲିକ ମାଲିକ ଉତ୍ୟକ୍ତ ହୋଇଯାଇଥିଲେ, ଆମେ ନିଜର ପେଟପାଟଣା ଏବଂ ଟ୍ରକ ଗୁଡିକ ର ଋଣ ବୋଝ ଶୁଝିବା ନିମନ୍ତେ ବହୁ ମାସ ଧରି ପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଗୁହାରି କରି ଆସିଛୁ, ହଠାତ ମଲ୍ଟିଏକ୍ସଏଲ ଦୁଇ ଜଣ ମାଲିକ କିପରି ବୈଠକ କୁ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ବୋଲି ଦର୍ଶାଇ ହୋହାଲ୍ଲା କରିଥିଲେ, ଯାହାଫଳ ରେ ଠେଲା ପେଲା ହୋଇଥିଲା, ସୁରକ୍ଷା କୁ ଦୃଷ୍ଟି ରେ ରଖି ଛତ୍ରପୁର ଏସ୍ଡ଼ିପିଓ, ଛତ୍ରପୁର ଥାନା ଅଧିକାରୀ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ଏବଂ କିଛି ପୋଲିସ ଅଧିକାରୀ ଏବଂ କର୍ମଚାରୀ ସେଠାରେ ପହଁଚି ଟ୍ରକ ମାଲିକ ମାନଙ୍କୁ ବୁଝା ସୁଝା କରିଥିଲେ , ଆମକୁ ଚିଠି ହୋଇଛି ମଲ୍ଟିଏକ୍ସଏଲ ଦୁଇଜଣ କିଏ ଡାକିଛନ୍ତି ପ୍ରଶ୍ନ କରି ଫେଡେରେସନର ଟ୍ରକ ମାଲିକ ମାନେ କିଛି ପାଟିତୁଣ୍ଡ କରିଥିଲେ, ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଫେଡେରେସନ ର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକ ଗୋପାଳପୁର ବନ୍ଦର ସ୍ୱୀକୃତି ପ୍ରାପ୍ତ ଟ୍ରାନ୍ସପୋର୍ଟର ମାନଙ୍କ ପ୍ରତିନିଧି, ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଛତ୍ରପୁର ଏସଡିପିଓ ଗୌରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକ ଙ୍କ ସମେତ ଫେଡେରେସନ ର ବହୁ ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ, ଟ୍ରାନ୍ସପୋର୍ଟର ମାନେ ଅଂଚଳ ର ଟ୍ରକ ମାଲିକ ମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ନ କରି ଅନ୍ୟ ଜିଲ୍ଲାର ଟ୍ରକ ମାଲିକ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି l ଯାହା ଫଳରେ ସେମାନେ ବିଭିନ୍ନ ବ୍ୟାଙ୍କ ଗୁଡିକ ରୁ ଆଣିବା ଋଣ ଟ୍ରକ ମାଲିକ ମାନେ କିସ୍ତି ବାନ୍ଧିବା ପାଇଁ ଏମାନେ ଅସମର୍ଥ ହୋଇ ଋଣ ଭାର ରେ ବୁଡି ଆତ୍ମ ହତ୍ୟା କରିବାକୁ ବାଧ୍ୟ ହେଉଥିବା ବହୁ ମାଲିକ ମାନେ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏଣୁ ସେମାନଙ୍କ ସମସ୍ୟା ଗୁଡିକର ଯଥା ଶୀଘ୍ର ସମାଧାନ ଲାଗି ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରସନ ରବହୁ ଟ୍ରକ ମାଲିକ ମାନେ ବୈଠକ ରେ ଦାବି କରିଥିଲେ, ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା, ଆସନ୍ତା ସୋମବାର ଦିନ ଫେଡେରସନର ଦାବୀ ସମ୍ବନ୍ଧ ରେ ଟ୍ରାନ୍ସପୋର୍ଟର ଏବଂ ଟ୍ରକ ମାଲିକ ମାନେ ଆପୋଷ ସମାଧାନ ଦିଗରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି