ନୂଆପଡ଼ା ଜିଲ୍ଲା କୋମନା ଠାରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଜନଜାତିୟ ଗୌରବ ଦିବସ ପାଳିତ
ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା କୋମନା ଠାରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଜନଜାତିୟ ଗୌରବ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ଆଦିବାସୀଙ୍କ ଉନ୍ନତି ବିକାଶ ଦ୍ବାରା ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି। ସଭା କୁ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ପ୍ରତିନିଥି ପ୍ରେମ ଅଗ୍ରୱାଲ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ହୋମ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ମୁରଲୀ ଭୋଇ, ଅବନୀ ଯୋଷୀ, ଦୃଷ୍ଟି ମାଝୀ ସହ ପାଞ୍ଚ ଗୋଟି ବ୍ଲକ ର ଜନ-ପ୍ରତିନିଧି ମାନେ ସାମିଲ ହୋଇଥିଲେ। ଆଦିବାସୀ ଙ୍କ ଉନ୍ନତି ଜନଜାତି ଙ୍କ ଗ୍ରାମ କୁ ସଡ଼କ, ଆବାସ ଗୃହ, ନଲ ଜଳ ପ୍ରଦାନ କରିଥିବା ପ୍ରକାଶ କରିଥିଲେ। ବିହାର ର ଜମୁଆ ଠାରେ ପାଳିତ ହେଉଥିବା ରାଷ୍ଟ୍ରୀୟ ଜନଜାତିୟ ଗୌରବ ଦିବସ ସମାରୋହ କୁ ଭର୍ଚୁଆଲ ମାଧ୍ୟମ ରେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ରେ ମଧ୍ୟ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ର ଶୁଭାରମ୍ଭ କରିଛନ୍ତି। ନୂଆପଡ଼ା ଜିଲ୍ଲା ରେ ଜନଜାତି ଗ୍ରାମ ବିକାଶ ଅଭିଯାନ ରେ ୨୬୦ ଗୋଟି ଗ୍ରାମ କୁ ଅନ୍ତର୍ଭୁକ୍ତ କରି ବିକାଶ ମୂଳକ କାର୍ଯ୍ୟ ହେବ। ପଟ୍ଟା ପ୍ରଦାନ।