ନୂଆପଡ଼ା ଜିଲ୍ଲା ସଦଭାବନା ସଭା ଗୃହ ପରିସର ମଧ୍ୟରେ ଜାତୀୟ ପ୍ରେସ ଦିବସ -୨୦୨୪ ପାଳିତ

ନୂଆପଡା, (ଡୋଲେଶ୍ବର ବାଗ):ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ନୂଆପଡ଼ା ଜିଲ୍ଲା ସଦଭାବନା ସଭା ଗୃହ ପରିସର ମଧ୍ୟରେ ଜାତୀୟ ପ୍ରେସ ଦିବସ -୨୦୨୪ ପାଳିତ ହୋଇଯାଇଅଛି। ଏହି ଦିବସ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ସାମ୍ବାଦିକ ହେବାକୁ ହେଲେ ସାମାଜିକ କର୍ମୀ ଏବଂ ଶୁ ସାହିତ୍ୟିକ ହେବା ଆବଶ୍ୟକ, କାରଣ ସମସ୍ୟା ଉପସ୍ଥାପନ ନିର୍ଭୁଲ ହେବ। ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ତଥା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼. ଫଣିନ୍ଦମ୍ ଦେଓ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ରେ ସମାଜ ରୁ ପ୍ରତ୍ୟେକ ସ୍ତର ନାଗରିକ ଙ୍କୁ ସୁରକ୍ଷା, ଅଧିକାର ଏବଂ ସମାଜରେ ମୁଖ୍ୟ ସ୍ରୋତ ରେ ସାମିଲ କରିବାକୁ ସାମ୍ବାଦିକ ଙ୍କ ଭୂମିକା ଅତୁଳନୀୟ ଅଟେ ବୋଲି କହିଥିଲେ। ସାମ୍ବାଦିକ ପ୍ରତିନିଧି ରୂପେ ସିମାଞ୍ଚଳ ମହାପାତ୍ର ବକ୍ତବ୍ୟ ଦେଇଥିବା ବେଳେ କୁନାଲ ଚରଣ ବେହେରା ସାମ୍ବାଦିକଙ୍କ ସ୍ଥିତି ନେଇ ସଙ୍ଗୀତ ଗାନ।ବର୍ତ୍ତମାନ ଗଣମାଧ୍ୟମ ର ବୈପ୍ଲବିକ ପରିବର୍ତ୍ତନ ଓ ସୁଯୋଗ ଆସିଅଛି। ପ୍ରେସ ଏକ ସମନ୍ଵୟ ସ୍ଥାପନ କରି ବିକାଶ ର ସଜାଗ ପ୍ରହରୀ ରୂପେ କାର୍ଯ୍ୟ କରିଥାଏ। ପ୍ରଥମ ସୂଚନା ବେଶ କ୍ଷମତା ଶୀଳ ହୋଇଥାଏ ବୋଲି ସଭାରେ ଆଲୋଚିତ ହୋଇଅଛି। ସଭା ରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଜିଲ୍ଲାର କୋଣ ଅନୁକୋଣ ରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଶେଷ ରେ ବିଭୁ ଦତ୍ତ ଗୁରୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ