କି ନାମେ ଡାକିବି

କେତେ ନାମ ତୁମ ପ୍ରଭୁ
ମନେ ମୋ ରହୁନି,
ଯେଉଁ ନାମ ଭଲ ଲାଗେ
ଡାକି ମୁଁ ପାରୁନି ।

ଯାର ମୁଖ ପଦ୍ମମୁଖ
କଳା କି ତା ରୂପ,
କେମିତି ଡାକିବି କୁହ
ହେ କଳାଶ୍ରୀ ମୁଖ ।

ମୁହଁରେ ବୋଳିଛ କଳା
ସାରା ଜଗତର,
ନିନ୍ଦା ଅପବାଦ ତୁମେ
ଅର୍ଜିଛ ଅପାର ।

କିଏ କହେ କାଳସର୍ପ
କିଏ ଘରବୁଡା,
ସର ଓ ଲବଣୀ ଚୋର
ଗୋପେ ନାରୀ କ୍ରୀଡା ।

ଯିଏ ଯେତେ ଗାଳି ଦେଉ
ସବୁ ଚଳୁ କରେ,
ଗର୍ବ କରିବା ଲୋକର
ଚୁଟି ଆଣ୍ଟେ ଧରେ ।

କଳାଶ୍ରୀ ମୁଖ ନବୋଲ
ମନେ ରୋଷ ବହି,
ପଙ୍କ ମଧ୍ୟେ ପଦ୍ମ ଥାଏ
ଦେଖ ଶ୍ରଦ୍ଧା ବହି ।

ପଙ୍କ କଳାକୁ ନଦେଖି
ଦିବ୍ଯ ପଦ୍ମ ଦେଖ,
ମୁଖ କଳା ଦିଶୁ ତୁମେ
ଡାକ ପଦ୍ମମୁଖ ।

ଗଦାଧର ସାହୁ
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ