ବର୍ଦ୍ଧନପୁର ଗ୍ରାମର ୩ବଖରା ଜଳିଗଲା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ବର୍ଦ୍ଧନପୁର ଗ୍ରାମର ରଘୁନାଥ ରାଉତଙ୍କ ପୁଅ ଅନିରୁଦ୍ଧ ରାଉତଙ୍କର ୩ ବଖରା ଘର ଜଳି ପାଉଁଶ ହୋଇଯାଇଛି। ବିଳମ୍ୱିତ ରାତିରେ ଏହି ଅଗ୍ନିକାଣ୍ଡ ଘଟି ଘରର ସମସ୍ତ ଆସବାପତ୍ର, ଧାନ, ଚାଉଳ ଆଦି ପୋଡି ନଷ୍ଟ ହୋଇଯାଇଛି। ଖବରପାଇ ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ ବିଦ୍ୟୁତ୍ ତାରରୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହାକୁ ନେଇ ପରିବାର ସଦସ୍ୟ ଅସହାୟ ହୋଇପଡ଼ିଛନ୍ତି। ତୁରନ୍ତ ଏହି ପରିବାରକୁ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ