ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼
ଚେନ୍ନାଇ(ଏଜେନ୍ସି): ତାମିଲନାଡୁର ତାଞ୍ଜାଭୁରଠାରେ ଆୟୋଜିତ ଏକ ନିର୍ବାଚନୀ ପ୍ର·ର ରାଲିରେ ଯୋଗଦେବା ସମୟରେ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଉପରକୁ ଚପଲ ଫିଙ୍ଗାଯାଇଛି । ଗୋଟିଏ ପଟେ ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଏପ୍ରିଲ ୧୮ରେ ତାମିଲନାଡୁର ୩୯ ଲୋକସଭା ଆସନ ପାଇଁ ମତଦାନ ହେବ । ମେ’ ୨୩ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି । ଏହିକ୍ରମରେ ସୋମବାର ନିର୍ବାଚନୀ ପ୍ର·ର ପାଇଁ ତାଞ୍ଜାଭୁର ପହଞ୍ôଚଥିବା ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଉପରକୁ ଚପଲ ମାଡ଼ କରାଯାଇଥିଲା । ଚପଲଟି ଯାଇ ତାଙ୍କ କାର ଉପରେ ପଡିଥିଲା । ଏହାର ଏକ ଭିଡିଓ ଏବେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଚ୍ୟାନେଲରେ ପ୍ରସାରିତ କରାଯାଉଥିବା ଦେଖିବାକୁ ମିଳୁଛି । ପ୍ରକାଶଯୋଗ୍ୟ ଯେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ମଧ୍ୟ ଏପ୍ରକାର ପରିସ୍ଥିତିର ଶିକାର ହୋଇସାରିଛନ୍ତି ।


