ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ର ଶ୍ରୀରାମଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଜବାହାର ନବଦୋୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ଛାତ୍ର ଭୁବନେଶ୍ୱର ଠାରେ ଶକ୍ତି ସଂରକ୍ଷଣ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଜ୍ୟସ୍ତରୀୟ ସମାବେଶରେ ଭୁବନେଶ୍ୱର ଠାରେ ସମ୍ମାନିତ ହୋଇ ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବ କାରଣ ସାଜିଛନ୍ତି. ତେଣୁ ତାଙ୍କୁ ପାରଳାଖେମୁଣ୍ଡି ଠାରେ ସମ୍ବର୍ଦ୍ଧିତ କରାଯାଇଛି. ସୂଚନାଯୋଗ୍ୟଯେ,ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ତରଫରୁ ଭୁବନେଶ୍ବର ଠାରେ ‘ଶକ୍ତି ସଂରକ୍ଷଣ’ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ ଏକ ରାଜ୍ୟସ୍ତରୀୟ କରାଯାଇଥିଲା। ଏଥିରେ ସ୍ଥାନୀୟ ଗାନ୍ଧୀସ୍ମୃତି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ର ତଥା ପ୍ରାକ୍ତନ ଛାତ୍ର ଜବାହର ନବୋଦୟ ବିଦ୍ୟାଳୟରେ ବର୍ତମାନ ଷଷ୍ଠ ଶ୍ରେଣ ଶ୍ରେଣୀରେ ପଢ଼ୁଥିବା ଶ୍ରୀରାମ ପ୍ରସାଦ ଆଙ୍କୁଲ ସୁନ୍ଦର ଚିତ୍ର ପ୍ରଦର୍ଶନ କରି ଥିବାରୁ ଟ୍ରଫି, ପ୍ରମାଣପତ୍ର ଏବଂ 80 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଚଳିତ ଡିସେମ୍ବରରେ ସେ କେନ୍ଦ୍ର ସରକାରଙ୍କ ତତ୍ତ୍ବାବଧାନରେ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ. ବିଦ୍ୟାଳୟ ପକ୍ଷରୁ ଶ୍ରୀରାମଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ସଭାପତି ବିଚିତ୍ରାନନ୍ଦ ବେବର୍ଷା, ଅଧ୍ଯକ୍ଷ ବେହେରା, ସମ୍ପାଦକ ମୁରଲିଧର ପରିଚ୍ଛା, ବିଦ୍ୟାଳୟର ଶିକ୍ଷକ ସୁଜ୍ଞା ସୁଜ୍ଞାନଚାନ୍ଦ ବ୍ରହ୍ମା, ଜ୍ୟୋତି କୁମାରୀ ବେ ଦମୟନ୍ତୀ ବରାଡ଼, ପୁରୁଷୋତ୍ତ ଶବର ପ୍ରମୁଖ ଶ୍ରୀରାମଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ