ଅଭିମନ୍ୟୁ ସାମନ୍ତସିଂହାର ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ବରୀ, (ଚୈତନ୍ୟ ଜେନା):ଭାରତୀୟ ସମ୍ବିଧାନକୁ ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଉଛି । ଏହି ଅବସରରେ ଯାଜପୁର ଜିଲ୍ଲା ଅର୍ନ୍ତଗତ ବରୀ ବ୍ଲକ୍ର ଦ୍ୱିତୀୟ ବୃହତ୍ତମ ଶିକ୍ଷାନୁଷ୍ଠାନ ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଜିତେନ୍ଦ୍ର କୁମାର ଦାଶଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି କଲେଜ ଛକ, ବାଲିଆଛକ ଦେଇ ଯିବାସହ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସମ୍ବିଧାନର ସୁରକ୍ଷା, ସାର୍ବଭୌମ୍ୟ, ସ୍ୱତନ୍ତ୍ରତା, ସମାନତା, ନ୍ୟାୟ ଓ ଭାତୃତ୍ୱର ସୁରକ୍ଷା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟକରିବାକୁ ଜନସାଧରଣମାନଙ୍କୁ ବୁଝାଇଥିଲେ । ଏହି ଶୋଭାଯାତ୍ରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଦିପ କୁମାର ମୁଦିଲି, ପବିତ୍ର କୁମାର ସାମନ୍ତରାୟ, ନିମାଇଁ ଚରଣ ଲେଙ୍କା, ଗୁଣନିଧି ଜେନା, ଶୃତି ପଟ୍ଟନାୟକ, ମନ୍ଦାକିନୀ ସାମନ୍ତରାୟ, ପ୍ରମୋଦ କୁମାର ଜେନା ପ୍ରମୁଖ ସାମିଲ ହୋଇ ସମ୍ବିଧାନ ସୁରକ୍ଷା ଦିଗରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଭାରତର ସମ୍ବିଧାନ ପ୍ରସ୍ତାବନାକୁ ଏହି ଅବସରରେ ଉପସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ମିଳିତ ଭାବେ ପଠନ କରିବା ସହ ସମ୍ବିଧାନର ସୁରକ୍ଷା ପାଇଁ ଅଙ୍ଗୀକାର ବଦ୍ଧ ହୋଇଥିଲେ ।