ଗାଜଲବାଡି ନିକଟ ଦାରିଙ୍ଗିବାଡି ରାସ୍ତାରେ ମହିଳାଙ୍କ ଦର ପୋଡା ଶବ ଉଧ୍ୟାର

ସୋରଡା,(ରଜନୀକାନ୍ତ ମହାପାତ୍ର):ସୋରଡା ଥାନା ଗାଜଲବାଡି ନିକଟ ଦାରିଙ୍ଗିବାଡି ଯିବା ରାସ୍ତା କଡରେ ଏକ ମହିଳା ଙ୍କ ଦର ପୋଡା ଶବ ପଡିରହିଛି ।ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଘଟଣା ସ୍ଥଳରେ ସୋରଡା ପୋଲିସ ପହଂଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।ମୃତ ମହିଳାଙ୍କ ମୁହଁ ପୋଡି ଦିଆଯାଇଛି ଏବଂ ଶରୀର ର ଅଧା ଅଂଶ ପଚି ଯାଇଛି ।ରାସ୍ତା ରେ ଯାଉଥିବା କିଛି ଲୋକ ଦେଖି ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇବାରୁ ସରପଞ୍ଚ ପୋଲିସ କୁ ଖବର ଦେଇଥିଲେ ।ପୋଲିସ ଅଧିକ ତଦନ୍ତ କରୁଛି ଏବଂ ଶବ ବ୍ୟବେଛେଦ ପାଇଁ ପଠାଇବା ବ୍ୟବସ୍ତା କରିଛି । ଆଜି ସୋରଡା ଥାନା ଅଧିକାରୀ ଅଂସନ୍ଧାନ କାରୀ ଦଳ କୁ ନେଇ ଉକ୍ତ ଅଞ୍ଚଳ ରେ ଦିନ ତମାମ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ