ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଆଜି ଜୟପୁର ବ୍ଲକ ଓ ପୌରପାଳିକାରେ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ବିଶ୍ୱନାଥ ପାତ୍ରଙ୍କ ଘରେ ଅଚାନକ ଚଢ଼ାଉ କରିଥିବା ଜଣା ପଡିଛି। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ବେଲଗୁଣ୍ଠା ସ୍ଥିତ ନିଜଘର ସମେତ ଭୁବନେଶ୍ୱର ତିନିମହଲା କୋଠା ଓ ଜୟପୁର ପୌର କାର୍ଯ୍ୟାଳୟ ଆସ୍କା ୬ଟି ଯାଗାରେ ଏକାକାଳୀନ ଚଢ଼ାଉ ଚାଲିଛି। ଆଜି ଭିଜିଲାନ୍ସ ବିଭାଗର ୬ଜଣିଆ ଟିମ ବେଲଗୁଣ୍ଠା ସ୍ଥିତ କୋଳିସାହିରେ ଥିବା ବିଶ୍ୱନାଥ ପାତ୍ରଙ୍କ ଘରେ ସକାଳ ୮ଘଣ୍ଟରୁ ସନ୍ଧ୍ୟା ୬ଘଣ୍ଟ ପର୍ଯ୍ୟନ୍ତ ତନାଘନା କରିଥିବା ଜଣାପଡିଛି।