ଆଳୁ ଦରକୁ ନେଇ ଚିନ୍ତାରେ ୪୫ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ନକରିବାକୁ ବ୍ୟବସାୟୀଙ୍କୁ ଯୋଗାଣ ବିଭାଗର ତାଗିଦ

କଟକ, (ଯୁଗାବ୍ଦ ନ୍ୟୁଜ):ହଠାତ ଆଳୁ ଦରରେ ବୃଦ୍ଧି ଖାଉଟିଙ୍କ ସହ ବ୍ୟବସାୟୀଙ୍କୁ ମଧ୍ୟରେ ଚିନ୍ତାରେ ପକାଇଛି।ଏମିତିରେ ଆଳୁ ମୂଲ୍ୟକୁ ନିୟନ୍ତ୍ରଣ କରିବା ଯୋଗାଣ ବିଭାଗ ତରଫରୁ ଉଦ୍ୟମ ଜାରି ରହିଛି। ଏହି କ୍ରମରେ ଅଧିକ ଦରରେ ଛତ୍ର ବଜାରରେ ଆଳୁ ବିକ୍ରି ହଉଥିବା ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଛତ୍ର ବଜାର ପରିବା ମାର୍କେଟରେ ଆଳୁ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ଖବର ପାଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଯେଉଁମାନେ ୪୫ ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟବସାୟୀ ମାନଙ୍କୁ ତାଗିଦ୍ କରାଯାଇଛି। ମାର୍କେଟରେ ଆଳୁ ପର୍ଯ୍ୟାପ୍ତ ପରିମାଣରେ ରହିଛି ଜନସାଧାରଣ ଭୟଭୀତ ହୋଇ ଆଳୁ କିଣନ୍ତୁ ନାହିଁ ବୋଲି ଯୋଗାଣ ବିଭାଗ ପକ୍ଷରୁ ଅପିଲ କରାଯାଇଛି। ବର୍ତ୍ତମାନ ଛତ୍ର ବଜାର ହୋଲସେଲ ତଥା ଗୋଦାମରେ କିଲୋ ୩୫ ଟଙ୍କାରୁ ୩୮ ଟଙ୍କାରେ ବିକ୍ରି କରାଯାଉଛି। କଟକ ସହରକୁ ପ୍ରତ୍ୟେକ ଦିନ ପାଞ୍ଚ ଟ୍ରକରୁ ଉର୍ଦ୍ଧ ଆଳୁ ଆବଶ୍ୟକ ଥିବା ବଳେ ଗାଡ଼ି ନଆସିବାରୁ ଦର ବୃଦ୍ଧି ହେଉଥିବା ଛତ୍ର ବଜାର ବ୍ୟବସାୟୀ ସଂଘ କହିଛି। ସୋମବାର କଟକ ସହରକୁ ପାଞ୍ଚଟି ଆଳୁ ଗାଡ଼ି ଆସିଛି। କଟକ ସମେତ ସାରା ରାଜ୍ୟରେ ଆଳୁ ଦର ବଢ଼ିଥିବା ବଳେ କିଭଳି ରାଜ୍ୟକୁ ଅଧିକ ଗାଡ଼ି ଆସିବ ଓ ଜନସାଧାରଣ କିଭଳି ସୁଲଭ ଦରରେ ଆଳୁ ପାଇବେ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ନିବେଦନ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ