ସାରସ୍ୱତ ସମାଜ ପକ୍ଷରୁ କବିତା ପାଠ ଓ ଆଲୋଚନାଚକ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ୟୁନିଟ ୩ ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ କବୟିତ୍ରୀ ପୁଷ୍ପଲତା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ସୁନାମଧନ୍ଯ କବି ବିପିନ୍ ମହାନ୍ତି ଯୋଗଦେଇ ତାଙ୍କ ବକ୍ତବ୍ଯରେ ଦୁଃଖ ଆସେ ଦୁଃଖ ଯାଏ,ତାର ପଦଶବ୍ଦ କବିକୁ ହଜାଏ, ମଜାଏ, ଭିଜାଏ ଆଉ ଅନ୍ତରର ଶ୍ରଦ୍ଧା ଓ ଅସରନ୍ତି ଭାବନାକୁ ରୂପଦେଇ ସୃଷ୍ଟିକରେ ଅମୃତର ପରିଭାଷା ମତପ୍ରକାଶ କରିଥିଲେ। ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବକ୍ତବ୍ଯରେ ଆପଣାର ରଚନାରେ ଭାବନାର ସଫଳ ଓ ସାର୍ଥକ ଅଭିବ୍ୟକ୍ତି ହୋଇଛି ବୋଲି ହୃଦବୋଧ ହେଲେ କବି ଯେଉଁ ଆତ୍ମସନ୍ତୋଷ ପାଇଥାଏ ତାହା ଅନିର୍ବଚନୀୟ ବୋଲି ମତବ୍ଯକ୍ତ କରିଥିଲେ।ଏହା ସହିତ ସାହିତ୍ୟ ସମାଜରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ମତବ୍ୟକ୍ତ କରାଯାଇଥିଲା.କବୟତ୍ରୀ ଗୀତାଞ୍ଜଳି ମହାନ୍ତି ଓ ସୌଦାମିନୀ ସାମନ୍ତରାୟ ଙ୍କ ସଂଯୋଜନାରେ ସର୍ବଶ୍ରୀ ଭାରତୀ ଭୂଷଣ ପଟ୍ଟନାୟକ, ଗୋଦାବରୀଶ କର, ବିରଞ୍ଚି ନାରାୟଣ ଶତପଥୀ, ସନ୍ତୋଷ କୁମାର ଦାସ, ପ୍ରମୁଖ ପୀତାମ୍ବର ପରିଡା, ଶରତ ସାହୁ, ବିଶ୍ବରଞ୍ଜନ ମହାନ୍ତି ଯୋଗ ଦେଇ ଥିଲେ ବୋଲି ଡକ୍ଟର ରାମଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଥିଲେ.