ହସ୍ତଶିଳ୍ପ ବିଭାଗ ଅଧିକାରୀ ଓ ହସ୍ତଶିଳ୍ପ କାରିଗରୀ ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ମଥୁରା କାହ୍ନୁ ଚରଣ ହାଇ ସ୍କୁଲ ନିକଟ ସପ୍ନେଶ୍ବର ମନ୍ଦିର ପରିସରରେ ହସ୍ତଶିଳ୍ପ ବିଭାଗ ଅଧିକାରୀ ବୃନ୍ଦ ଓ ହସ୍ତଶିଳ୍ପ କାରିଗର ବୃନ୍ଦଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସରକାରୀ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ହସ୍ତଶିଳ୍ପ ବିଭାଗ ସହ ନିର୍ଦ୍ଦେଶକ ନରେନ୍ଦ୍ର ନାଥ ସିଂ, ଏଚପିଓ ସତ୍ୟବ୍ରତ ରାଉତରାୟ, ଏଚପିଓ ଜଗଦୀଶ ମିଶ୍ର, ମଥୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନୀତା କୁମାରୀ ବେହେରା, ସମିତି ସଭ୍ୟା ମିନତି ପାତ୍ର, ହସ୍ତଶିଳ୍ପ ବିଭାଗ ଜିଲ୍ଲା ସଂଯୋଜକ ମଙ୍ଗୁଳୁ ସାହୁ , ଅବସର ପ୍ରାପ୍ତ ରାଜ୍ୟ କୋପେରେଟିଭ ସୋସାଇଟ ସହ ନିର୍ଦ୍ଦେଶକ ବିଜୟ କୁମାର୍ ସାହୁ, ପଥର ଖୋଦେଇ ଏମସିଏମ ମାଷ୍ଟର ଜଗବନ୍ଧୁ ମହାପାତ୍ର, ଉତ୍କଳୀୟ ଭାସ୍କର୍ଯ୍ୟ ଚିତ୍ରଶିଳ୍ପୀ ସମାଜ ସଭାପତି ପ୍ରଫୁଲ୍ଲ ମହାରଣା, ଆଠଗଡ଼ ତାଳୁକା କଂସାରି ସମାଜ ସଭାପତି ଅଶ୍ବିନୀ କୁମାର ସାହୁ, ରାମକୃଷ୍ଣ ମହାରଣା, ଦିବାକର ସାହୁ, ପ୍ରମୋଦ କୁମାର ସାହୁ, ଧନୁ ମହାରଣା, ସୀମାଦ୍ରି ସାହୁ, ବଳରାମ ମହାରଣା, ପ୍ରକାଶ ଚନ୍ଦ୍ର ସାହୁ, ବିଦେଶୀ ସାହୁ, ଗଙ୍ଗାରାମ ବେହେରା, ସାରଥୀ ନାୟକ, ସ୍ୱୟଂ ସହାୟକ ମହିଳା ଗ୍ରୁପ୍ ସଭାନେତ୍ରୀ ପଦ୍ମାଳୟା ସାହୁ ସମତେ ୮ ଟି ଜାତିର ୨୦୦ ରୁ ଉର୍ଦ୍ଧ ହସ୍ତଶିଳ୍ପ କାରିଗର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ