କାଳିଆ ବଇଦ
କାଳିଆ ବଇଦ
ଶ୍ରୀକ୍ଷେତ୍ରେ ବସିଛି
ସମସ୍ତଙ୍କୁ ଦେଖିବାକୁ,
ନ”ଲୁଚେଇ ତାକୁ
ସବୁ କହିଦେବ
ଓଷଦ ଦେବ ତୁମକୁ ।
ସର୍ବବ୍ୟାଧି ପାଇଁ
ଗୋଟିଏ ଓଷଦ
ସମସ୍ତଙ୍କୁ ସିଏ ଦିଏ,
ଯେତେ ବଡ ଯୋଉ
ବ୍ୟାଧି ହୋଇଥାଉ
ତାକୁ ଖାଇ ଭଲ ହୁଏ ।
ତା ଝଡା ତୁଳସୀ
ନିର୍ମାଲ୍ଯ ଅଭଡା
ସଭିଙ୍କୁ ଖୁଆଇ ଦେଇ,
ଆନନ୍ଦ ମନରେ
ନାମ ମହାମନ୍ତ୍ର
ଜପିବାକୁ କହୁଥାଇ ।
ଖାଇଲେ ଜପିଲେ
ଗୋଟିଏ ପାନରେ
ସର୍ବବ୍ୟାଧି ହୁଏ ଦୂର,
ସକାଳ ମଧ୍ଯାହ୍ନ
ସଞ୍ଜ ତିନିବେଳା
ଖାଇବା କି ଦରକାର ।
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ନିତିଦିନ ଜପୁଥିବ,
ସୁସ୍ଥ ଥାଉ ଥାଉ
ଆଉଥରେ ଆସି
ଦେଖାକରି ଚାଲିଯିବ ।
ଏହି ତା ଓଷଦ
ସାତ୍ତ୍ବିକ ଆହାର
ବିଭୁ ନାମ ସଂକୀର୍ତ୍ତନ,
ବିଧିବିଧାନରେ
ସେବନ କରିଲେ
ଭଲରେ ବିତିବ ଦିନ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ