କନ୍ଦରପୁର ସରସ୍ଵତୀ କଳା ପରିଷଦର ୨୧ ତମ ବାର୍ଷିକ ଉତ୍ସବ ଓ ଶିଶୁ ପର୍ବ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର କନ୍ଦରପୁର କଳାବିହାର ସ୍ଥିତ ସାଂସ୍କୃତିକ ଓ ସାମାଜିକ ସଂଗଠନ ସରସ୍ଵତୀ କଳା ପରିଷଦ(ଏସକେପି)ର ୨୧ ତମ ବାର୍ଷିକ ଉତ୍ସବ ଚଳିତ ଡିସେମ୍ବର ମାସ ୨୭ ଠାରୁ ୨୯ (ଶୁକ୍ର,ଶନି ଓ ରବିବାର) ପର୍ଯ୍ୟନ୍ତ ତିନ ଦିନ ବ୍ୟାପି କନ୍ଦରପୁର ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଏକ ପ୍ରସ୍ତୁତି ବୈଠକ କଇଜଙ୍ଗା ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି । ପରିଷଦର ଉପଦେଷ୍ଟା ପ୍ରଫୁଲ୍ଲ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସଂପାଦକ ଆଶୋକ ପଟ୍ଟନାୟକ,ସଭାପତି ପ୍ରତିଭା ଶତପଥୀ,ପ୍ରଫୁଲ୍ଲ ଦାସ,ସମାଜସେବୀ ପ୍ରଲୋପ ନାରାୟଣ ମହାପାତ୍ର,ଦୈତାରି ପ୍ରଧାନ, ଲୋକଭାଷାର ସମ୍ପାଦକ ଶୁକଦେବ ପରିଡ଼ା,ଅଧ୍ୟାପକ ବସୁଦେବ ସ୍ୱାଇଁ,ପ୍ରବାସୀ ସାହିତ୍ୟିକ ଇଂ.ସୁଶାନ୍ତ ବେହେରା,ରଶ୍ମିକାନ୍ତ ଶତପଥୀ,ଅଭିରାମ ସାହୁ, ଇଂ.ଅମୀୟ ରଞ୍ଜନ,ପ୍ରଶାନ୍ତ ପଣ୍ଡା,ମହେନ୍ଦ୍ର ସେଠୀ,ଗଗନ ରାଉତ,ବାବୁଲି ପାତ୍ର,ବାବା ବାବୁ, ଶିବ ନାରାୟଣ ବେହେରା,ପ୍ରଭାତ ମଲ୍ଲିକ ସରସ୍ଵତୀ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ,ଅଭିଭାବକ,ଅଭିଭାବିକା ଏବଂ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ବାର୍ଷିକ ଉତ୍ସବରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗିତା, ରାଜ୍ଯ ସ୍ତରୀୟ ସମ୍ୱର୍ଦ୍ଧନା ସଭା,ପତ୍ର ପତ୍ରିକା ଉନ୍ମୋଚନ,ନାଟକ “ଦୁଃଖରେ କାନ୍ଦୁଛି ଦେଖିବ ଆସ” ପରିବେଷଣ ଆଦି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଏହି ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସଵରେ ଅନୁଷ୍ଠିତ ହେବାକୁଥିବା ଥିବା ବିଭିନ୍ନ ପ୍ରତିଯୋଗିତା ଯଥା ସଙ୍ଗୀତ, ବକ୍ତୃତା,ରଚନା,ଚିତ୍ରାଙ୍କନ,ଅଭିନୟ, ଗ୍ରୁପ୍ ନୃତ୍ୟ,ଭଜନ ନୃତ୍ୟ,ଝୋଟି, ଓଡ଼ିଶୀ ଆଦି ବିଭିନ୍ନ ପ୍ରତିଯୋଗିତାର ପଞ୍ଜିକରଣ ନେଇ ବରେଣ୍ୟ ସଂପାଦକଙ୍କ ଦୂରଭାସ – ୯୦୯୦୦୨୦୪୨୯ ନମ୍ୱରରେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି । ଶେଷରେ କୋଷାଧ୍ୟକ୍ଷ ଇଂ.ସେବକ ଶ୍ରୀକାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ