୪୪ବର୍ଷରେ ପଦାର୍ପଣ କଲା ଚିନିଶିଳ୍ପ ନୂଆଗାଁ ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀ ପୂଜା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମପଞ୍ଚାୟତର ଚିନିଶିଳ୍ପ ନୂଆଗାଁରେ ସ୍ଥାୟୀ ଲକ୍ଷ୍ମୀପୂଜା ମଣ୍ଡପରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧନଦାତ୍ରୀ ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀଙ୍କ ପୂଜା ଚାଲୁ ରହିଥିବା ଲକ୍ଷ୍ୟ କରାଯାଇଛି । ଚଳିତବର୍ଷ ଚିନିଶିଳ୍ପ ନୂଆଗାଁର ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀ ପୂଜା ୪୪ବର୍ଷରେ ପଦାର୍ପଣ କରିଥିବା ଜଣାପଡିଛି । ଚିନିଶିଳ୍ପ ନୂଆଗାଁ ଗ୍ରାମବାସୀ ଓ ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗ ଓ ଅକ୍ଳାନ୍ତ ପ୍ରଚେଷ୍ଟା ଯୋଗୁଁ ଏହି ପୂଜା ଚାଲୁ ରହିଥିବା ଲକ୍ଷ୍ୟ କରାଯାଇଛି । ଧନଦାତ୍ରୀ ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀଙ୍କ ଆଗମନ ହୋଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀଙ୍କୁ ଆରାଧନା ପାଇଁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଛି । ଧରାକୋଟ ନିକଟସ୍ଥ ଘାସିବିଲି ଗ୍ରାମର ବିଦ୍ୱାନ ପଣ୍ଡିତ ଅନୁପ କୁମାର କର ଓ ସୁମନ୍ତ କୁମାର କରଙ୍କ ମନ୍ତ୍ରୋଚାରଣରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ମା ମହାଲକ୍ଷ୍ମୀଙ୍କ ପୂଜା ମଣ୍ଡପକୁ ଅତି ସୁନ୍ଦର ଭାବେ ସଜା ଯାଇଥିଲା ବେଳେ ଝିଲ୍ମିଲ୍ ଆଲୋକମାଳାରେ ରଙ୍ଗୀନ ହୋଇଉଠିଛି ଚିନିଶିଳ୍ପ ନୂଆଗାଁ ଗ୍ରାମ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଉତ୍କଣ୍ଠା ଓ ଆଗ୍ରହ ଯୋଗୁଁ ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସରେ ଶ୍ରୀ ଶ୍ରୀ ମା’ ମହାଲକ୍ଷ୍ମୀଙ୍କ ପୂଜା ଚିନିଶିଳ୍ପ ନୂଆଗାଁରେ ପାଳିତ ହୋଇ ଆସୁଥିବା ଦେଖିବାକୁ ମିଳୁଛି । ଏହି ଶ୍ରୀଶ୍ରୀ ମା ମହାଲକ୍ଷ୍ମୀଙ୍କ ପୂଜାକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକ ପ୍ରେମୀ ସୁଦର୍ଶନ ନାହାକ, ବିଜୟ କୁମାର ସ୍ୱାଇଁ, ସନ୍ତୋଷ କୁମାର ପଟ୍ଟନାୟକ, ଭଗବାନ ସାହୁ, ଗଣେଶ ମହାପାତ୍ର, ରୁଦ୍ର ନାହାକ, ସୌମେନ୍ଦ୍ର ପରିଡା, ସମୀର ନାହାକ, ରାଜେଶ ନାୟକ, ପ୍ରକାଶ ବିଶ୍ୱାଳ, ମିଥୁନ ପାତ୍ର, କାର୍ତ୍ତିକ ନାହାକ, କୁନା ପାତ୍ର, ମନୋରଂଜନ ଜେନା, ଜଗା ଜେନା, ପିଣ୍ଟୁ ଖଟେଇ, ରାଧା ରଣା, କାଳିଆ ବିଷୋୟୀ, ରବି ବିଷୋୟୀ, ପ୍ରଫୁଲ ନାୟକ, କଇ ସାହୁ, ତ୍ରିନାଥ ପାତ୍ର, ସଚ୍ଚିକାନ୍ତ ପାତ୍ର, ଗଙ୍ଗା ପାଳ, ମଙ୍ଗୁଳୁ ନାହାକଙ୍କ ସମେତ ଗ୍ରାମବାସୀ ସମ୍ପୁର୍ଣ୍ଣ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି ।


