ଆଡପଡ଼ା କସ୍ତୁରବା ବିଦ୍ୟାଳୟ ୱାଡେନ୍ଙ୍କ ଇସ୍ତଫା ପରେ ପୁନଃ ନିଯୁକ୍ତି ବିରୋଧରରେ ଜିଲ୍ଲାପାଳଙ୍କୁ ଅଭିଯୋଗ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡପଡ଼ା ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟରେ ନିଯୁକ୍ତ ଥିବା ମହିଳା ୱାଡେନ୍ ବବିତା ପାତ୍ରଙ୍କ ସ୍ଵଚ୍ଛାକୃତ ଅବସର ପରେ ପୁନଃ ନିଯୁକ୍ତି ନିମନ୍ତେ ଆବେଦନ କୁ ବିରୋଧ କରି ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଲକ ଙ୍କ ପାଖରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ କାର୍ଯ୍ୟରେ ଅନିୟମିତତା, ବିଦ୍ୟାଳୟର ଅନ୍ତେବାସୀଙ୍କ ଦାୟିତ୍ବରେ ରହୁ ନଥିବା,ସପ୍ତାହରେ ୨/୩ ଦିନ ସୀମିତ ସମୟ ପାଇଁ ସ୍କୁଲକୁ ଆସି ଚାଲି ଯାଉଥିବାରୁ ଅନ୍ତେବାସୀ ପ୍ରାୟ ୨୦୦ ବାଳିକା ଶିକ୍ଷାର୍ଥୀଙ୍କ ସୁରକ୍ଷା ଦାୟୀତ୍ବ ହୀନ ହୋଇପଡିଛି । ୱାଡେନଙ୍କ ନିୟମିତ ଅନୁପସ୍ଥିତିରୁ ମହିଳା ରାନ୍ଧୁଣିଆଙ୍କ ଠାରେ ଅନ୍ତେବାସୀ ଶିକ୍ଷାର୍ଥୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ହେଉଛି। ଏନେଇ ସ୍ଥାନୀୟ ବିଇଓ ଏବଂ ଜିଲା ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରିବା ପରେ ବିଭାଗ ଚାପରେ ସଂପୃକ୍ତ ୱାଦେନ୍ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ଚାକିରିରୁ ଇସ୍ତଫା ଦେଇଥିବା ଜଣାପଡିଛି । ସ୍ଵେଚ୍ଛାକୃତ ଅବସର ନେବା ପରେ
ବିଭାଗ ଦ୍ଵାରା ଏହି ପଦବୀର ନୂତନ ନିଯୁକ୍ତି ପାଇଁ ବିଜ୍ଞାପନ ବହାରିବା ପ୍ରକ୍ରୀୟା ଚାଲିଥିବା ବେଳେ ପୁଣି ଶ୍ରୀମତୀ ପାତ୍ର ନିଜେ ଦେଇଥିବା ଇସ୍ଥାଫା ପରେ ପ୍ରତ୍ୟାହାର କରିବା ଘଟଣାକୁ ନେଇ ଆଡ଼ପଡ଼ା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ପରିଚାଳନା କମିଟି ପକ୍ଷରୁ ଶ୍ରୀମତୀ ପାତ୍ରଙ୍କ ସ୍କୁଲରେ ପୁନଃ ନିଯୁକ୍ତିକୁ ଦୃଢ଼ ବିରୋଧ କରାଯାଇଛି । ଅନ୍ତେବାସୀ ଶିକ୍ଷାର୍ଥୀ ଏବଂ ଅନୁଷ୍ଠାନର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ପରିଚାଳନା କମିଟି ସଭାପତି ଶରତ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ କମିଟି ସଦସ୍ୟ ସରପଞ୍ଚ ଶର୍ମିଷ୍ଠା ରାଉତ, ଅଙ୍ଗନୱାଡ଼ି କର୍ମୀ ଆରତୀ ପ୍ରଧାନ, ଆଶା କର୍ମୀ ଲକ୍ଷ୍ମୀ ପ୍ରଧାନଙ୍କ ସମେତ ମିନତି ସ୍ବାଇଁ, ସନ୍ତୋଷି ପୃଷ୍ଟି, ରିଙ୍କି ବେହେରା, ରଜେଶ୍ୱରି ବାରିକ ପ୍ରମୁଖ ସମସ୍ତ କମିଟି ସଦସ୍ୟ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରୀମତୀ ପାତ୍ରଙ୍କ ପୁନଃ ନିଯୁକ୍ତିକୁ ବିରୋଧ କରି ନୂତନ ନିଯୁକ୍ତି ଦାବି କରିଥିବା ଜଣାପଡ଼ିଛି