ଆସ୍କାରୁ ଚୋରି ହୋଇଥିବା ସାଇକ୍ରିଷ୍ଣା ବସ ଦୃଘଟଣା ଅବସ୍ଥାରେ ଗଞ୍ଜାମରୁ ଉଦ୍ଧାର
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ସ୍ଥିତ ଜ଼ାତୀୟ ରାଜପାଥ (୧୬) ରେ ଥିବା ମା ତାରାତାରିଣୀ ହୋଟେଲ ନିକଟରୁ ଏକ ଦୁର୍ଘଟଣା ବସକୁ ଉଦ୍ଧାର କରିଛି ଗଞ୍ଜାମ ଥାନା ପୋଲିସ l ପରେ ଏହା ଆସିକା ଅଞ୍ଚଳରୁ ଚୋରି ହୋଇଥିବା ସାଇ କ୍ରିଷ୍ଣା ବସ୍ ବୋଲି ଜଣାପଡିଥିଲା lବସଟି ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସି ଦିଭାଇଡର ଡେଇଁ ଅପର ପାର୍ଶ ନିକଟସ୍ଥ ରୋଡ଼ ତଳକୁ ପଶିଯାଇଛି ।ଖବର ପାଇ ବସ ମାଲିକଙ୍କ ଭଣଜା ସୂର୍ଯ୍ୟ ନାରାୟଣ ପଲାଇ, ପୁତୁରା ବିକାଶ ପଳେଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡି ଉଠାଇବା ବ୍ୟବସ୍ତା କରିଛନ୍ତି । ବିକାଶଙ୍କ କହିବା ଅନୁଯାୟୀ ଆସିକା ବସ ଷ୍ଟାଣ୍ଡରେ ପ୍ରାୟ ୧୪ ବସ ଥିଲା। ରାତି ପ୍ରାୟ ଦିଟାରେ କେହି ଦୃବୁତ ଚୋରୀ କରି ନେଇଥିବା ସିସିଟିଭି ଫୁଟେଜରୁ ଜଣା ପଡିବା ପରେ ଆସିକା ଥାନାରେ ଅଭିଯୋଗ କରିଥିଲlସୂଚନାଯୋଗ୍ୟ, ଏହିପରି ଭାବେ ପୂର୍ବରୁ ତିନିଟି ବସ ଉଦ୍ଧାର ହୋଇଥିବା ନଜିର ଅଛି l