ବରିଷ୍ଠ ଅଧିବକ୍ତା ସ୍ୱର୍ଗତ ନିରାକର ଜେନାଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଆଞ୍ଚଳିକ ଓକିଲ, ଭେଣ୍ଡର ଓ ମୋହରିର ସଂଘ ଆନୁକୂଲ୍ୟରେ ବନ୍ତ ତହସିଲ ପରିସରରେ ଭଦ୍ରକ ଓକିଲ ସଂଘର ପୂର୍ବତନ ସଭାପତି, ସମ୍ପାଦକ ତଥା ବରିଷ୍ଠ ଅଧିବକ୍ତା ସ୍ୱର୍ଗତ ନିରାକର ଜେନାଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଇନଜୀବି ମାଧବାନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଆଇନଜୀବି ପରମେଶ୍ୱର ବାରିକ, ଅଣାକାର ମଲ୍ଲିକ, ପ୍ରତାପ ସେଠୀ, ଜ୍ଞାନଦା ପ୍ରସାଦ କରଶର୍ମା, ସତ୍ୟ ରଞ୍ଜନ ଜେନା, ସଂଗ୍ରାମ କେଶରୀ ଜେନା, ରବିନ୍ଦ୍ରନାଥ ଓଝା, ବିକ୍ରମାଦିତ୍ୟ ନାୟକ, ଶଶାଙ୍କ ଶେଖର ବାରିକ, ନକୁଳ ଭାଟ୍ଟରାୟ, ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ବାମପନ୍ଥୀ ଛାତ୍ର ଆନ୍ଦୋଳନରୁ ରାଜନୈତିକ ଜୀବନ ଆରମ୍ଭ କରି ସମାଜର ଅବହେଳିତ ଓ ନିଷ୍ପେସିତ ଲୋକଙ୍କ ଅଧିକାର ପାଇଁ ସ୍ୱର୍ଗତ ଜେନା ସଦାସର୍ବଦା ଲଢେଇ ଜାରି ରଖିଥିଲେ । ସେ ଏକାଧାରଣରେ ଜଣେ ଆଇନଜୀବି, ସମାଜସେବୀ ଥିବା ବେଳେ ଭଦ୍ରକର ବିଭିନ୍ନ ଅନୁଷ୍ଠାନ ସହିତ ସେ ଓତଃପ୍ରୋତ ଭାବେ ଜଡିତ ଥିଲେ । ତାଙ୍କର କାର୍ଯ୍ୟଧାରା ପାଇଁ ତାଙ୍କୁ ପିତାମହ ଭୀଷ୍ମ କୁହାଯାଉଥିଲା ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭେଣ୍ଡର କାହ୍ନୁ ଚରଣ ବାରିକ, ଫକୀର ଚରଣ ଲେଙ୍କା, ଅଭିମନ୍ୟୁ ସେଠୀ, ମୋହରିର ଅଭିରାମ ବାରିକ, ଜୟନ୍ତ ଜେନା, ରାମ ଚନ୍ଦ୍ର ଲେଙ୍କା, ଦୟାନିଧି ସାହୁ, ଟାଇପିଷ୍ଟ ରଞ୍ଜନ ପଣ୍ଡା, କର୍ମଚାରୀ ପ୍ରତାପ ସାହୁ, ଭାଗିରଥି ବେହେରା, କାଳନ୍ଦି ଚରଣ ମଲ୍ଲିକଙ୍କ ସମେତ ବହୁ ବୁଦ୍ଧିଜୀବି ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଜେନାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି କାମନା ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ