ସୋରଡା ଖିଡିଶିଙ୍ଗୀ ରାଜବଂଶ ରାଜା ସ୍ଵର୍ଗତ ଜଗନ୍ନାଥ ସିଂ ଦେଓ ଜନ୍ମ ବାର୍ଷିକୀ ପାଳନ
ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ସୋରଡା ଶ୍ରୀ ଜଗନାଥ ମନ୍ଦିରରେ ସୋରଡା ଖିଡିଶିଙ୍ଗୀ ରାଜବଂଶ ରାଜା ସ୍ଵର୍ତ୍ଗତ ଜଗନ୍ନାଥ ସିଂଦେଓ ଙ୍କ ଜନ୍ମ ଶତ ବାର୍ଷିକୀ କାର୍ଯ୍ୟକ୍ରମ ଆଜି ପାଳନ କରାଯାଇଛି। ସୋରଡା ମନ୍ଦିର ପରିଚାଳନା କମିଟି ତରଫରୁ ଆଜି ଜଗନ୍ନାଥ ସିଂଦେଓ ଙ୍କ ଉଦ୍ୟେଶ ର ପ୍ରଭୁ ଜଗନ୍ନାଥ ଙ୍କ ନିକଟର ପ୍ରାର୍ଥନା ଜଣାଇବା ସହ ସ୍ମୃତି ଚାରଣ କରଯାଇଥିଲା। ଏହି ଅବସର ରେ ଗୋଟେ ବୈଠକ ମାଧ୍ୟମ ରେ ଜଗନ୍ନାଥ ସିଂଦେଓ ଙ୍କ ଜୀବନୀ ଉପରେ ଆଲୋଚନା କରାଯିବା ସହ ସନ୍ଧ୍ୟା ରେ ଶ୍ରୀ ଜଗନ୍ନାଥ ଭଜନ ମଣ୍ଡଳି ଓ ପରିଚାଳନା କମିଟି ତରଫରୁ ସାମୁହିକ ଦୀପ ଦାନ କରଯାଇଥିଲା। ଜଗନ୍ନାଥ ସିଂ ଦେଓ ମାର୍ଗଶିର ଶୁକ୍ଲ ଦ୍ଵାଦଶୀ ତିଥି ୨୦୨୪ ରେ ଜନ୍ମ ଗ୍ରହଣ କରିଥିଲେ ଆଜି ତାଙ୍କ ର ଶତବାର୍ଷିକୀ ଜନ୍ମ ତିଥି ପାଳନ ହୋଇଛି। ଏହି ଅବସର ରେ ସୋରଡା ଶ୍ରୀ ଜଗନ୍ନାଥ ଭଜନ ମଣ୍ଡଳୀ ତରଫରୁ ସ୍ଵତନ୍ତ୍ର ଭଜନ କାର୍ଯ୍ୟ କ୍ରମ ର ଆୟୋଜନ କରଯାଇଥିଲା। ସୋରଡା ଶଶି ଭୂଷଣ ସାହିତ୍ୟ ସାଂସଦ ତରଫରୁ ଜଗନ୍ନାଥ ସିଂ ଦେଓ ଙ୍କୁ ୨୦୦୦ ମସିହା ରେ ଶ୍ରେଷ୍ଠ ନାଗରିକ ସମବର୍ଦ୍ଧନା ଦିଆଯାଇଥିଲା ଏବଂ ୧୯୮୩ ମସିହା ରେ ଆୟୋଜିତ ବଡ ଯଜ୍ଞ ରେ ତାଙ୍କ ର ସକ୍ରିୟ ଭୂମିକା ଅତୁଳନୀୟ ଥିଲା। ୧୮୩୫ ମସିହା ରେ ସୋରଡା ରାଜବଂଶ ବ୍ରିଟିଶ ମାନଙ୍କ ଚକ୍ରାନ୍ତ ରେ ଏଇଠି ସମାପ୍ତ ହୋଇଥିଲା ପରବର୍ତୀ ସମୟ ରେ ପ୍ରାୟ ୧୮୩ ବର୍ଷ ପରେ ରାଜବଂଶ ଦାୟାଦ ଡା ଦେବଦାତ୍ତ ସିଂ ଦେଓ ପ୍ରଭୁ ଜଗନ୍ନାଥ ଙ୍କ ସେବା ରେ ରହିଛନ୍ତି। ସୋରଡା ର ରାଜବଂଶ ପରମ୍ପରା ରହିଛି କିନ୍ତୁ ରାଜବାଟୀ ଆଉ ନହିଁ ହେଲେ ରହିଛି ରାଜବଂଶ ର ଆରାଧ୍ୟା ମାଁ କନ୍ଧୁଣିଦେବୀ ଓ ଆରାଧ୍ୟ ପ୍ରଭୁ ଜଗନ୍ନାଥ ।