ଆସିକାରେ ପରିବହନ ଆଇନ ବାଟବଣା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରିବା ପାଇଁ ନିୟୋଜିତ ଥିବା ସ୍କୁଲ ଗାଡି ଗୁଡିକ ଯେପରି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ କାର୍ଯ୍ୟକାରୀ କରିଥିବା ଗାଇଡଲାଇନ୍ ସଠିକ୍ ଭାବେ ପାଳନ କରିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର କେତେକ ଘରୋଇ ଶିକ୍ଷାନୁଷ୍ଟନ ଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଘରୁ ବିଦ୍ୟାଳୟକୁ ନେବା ଓ ବିଦ୍ୟାଳୟରୁ ଘରକୁ ଆଣିବା ଲାଗି ବ୍ୟବହୃତ ହୋଇଥିବା ଗାଡି ଗୁଡିକ ମଧ୍ୟରୁ କେତେକ ଗାଡିରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିୟମ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଆଲୋଚିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା ଲାଗି ନିୟୋଜିତ ଥିବା ଗାଡି ଗୁଡିକୁ ଯାଞ୍ଚ କରିବା ଲାଗି ସଚେତନ ନାଗରିକ ମହଲରେ ମଧ୍ୟ ଦୃଢମତ ପ୍ରକାଶ ପାଉଛି । ପରିବହନ ବିଭାଗ ଓ ପ୍ରଶାସନର ଆଖିରେ ଧୁଳି ଦେଇ ସ୍ୱଷ୍ଟ ଦିବା ଲୋକରେ ଆସିକା ଅଞ୍ଚଳର ବହୁ ଘରୋଇ ଶିକ୍ଷାନୁଷ୍ଟାନର ଟାଟା ମେଜିକ୍ ଗାଡି ଆବଶ୍ୟକତା ଠାରୁ ଅଧିକ ପିଲାଙ୍କୁ ବସାଇ ନେବା ଆଣିବା କରୁଥିଲେ ମଧ୍ୟ ପ୍ରଶାସନର ନିରବତାକୁ ନେଇ ସାଧାରଣରେ ନାନା କଥା ଆଲୋଚିତ ହେଉଛି । ଯଦି ଦୁର୍ଭାଗ୍ୟବସତଃ ବିନା କାଗଜପତ୍ରରେ ପିଲାଙ୍କୁ ନେବା ଆଣିବା କରୁଥିବା ଟାଟା ମେଜିକ୍ ଗାଡି ଦୁର୍ଘଟଣାଗସ୍ତ ହୁଏ ତେବେ ସେଥିପାଇଁ ଦାୟୀ କିଏ ରହିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ନିୟୋଜିତ ଥିବା ଗାଡି ଗୁଡିକର ଫିଟନେସ୍, ପରମିଟ୍, ପଲ୍ୟୁସନ୍, ବୀମା ଓ ଅନ୍ୟାନ୍ୟ ନଥିପତ୍ର ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରେ ଦୃଢଦାବୀ ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା କେତେକ ଶିକ୍ଷାନୁଷ୍ଟନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା ଲାଗି ନିୟୋଜିତ ଥିବା ଗାଡି ଗୁଡିକର ସମସ୍ତ ନଥିପତ୍ର ଠିକ୍ ନଥିବା ବେଳେ ଆବଶ୍ୟକତା ଠାରୁ ଅଧିକ ଶିଶୁଙ୍କୁ ଖୁନ୍ଦାଖୁନ୍ଦି କରି ବସାଇ ପରିବହନ ବିଭାଗର ସମସ୍ତ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି ଛାତ୍ରଛାତ୍ରୀ ମାନଙ୍କୁ ବିପଦ ପୁର୍ଣ୍ଣ ଭାବେ ନେଉଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ବେପରୁଆ ଓ ବେନିୟମ ଭାବେ ଗାଡି ଚାଳନାରେ ଲିପ୍ତ ରହୁଥିବା ଗାଡିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।