ଧାନଗଦାରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଅନ୍ତର୍ଗତ କେନ୍ଦୁବାଡି ଗ୍ରାମରେ ଜମିରେ ଥିବା ଧାନଗଦାରେ କେହି ଦୁର୍ବୃତ୍ତ ମଙ୍ଗଳବାର ଦିନ ନିଆଁ ଲଗାଇ ଦେବା ଯୋଗୁଁ ଧାନଗଦାଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛିଯେ କେନ୍ଦୁବାଡି ଗ୍ରାମର ଭଗବାନ ମହାନ୍ତି ନାମକ ଜଣେ ଚାଷି ତାଙ୍କର ଛଅ ଭରଣ ଜମିର ଧାନ କାଟି ନିଜ ଜମି ମଧ୍ୟରେ ଗଦାକରି ରଖିଥିଲେ। ଚାଷୀ ଜଣକ କ୍ଷେତରୁ ଗ୍ରାମକୁ ଆସିବା ପରେ ତାଙ୍କର ଧାନ ଗଦାରେ ନିଆଁ ଲାଗିଥିବା କିଛି ଲୋକଙ୍କ ଠାରୁ ଶୁଣି ଧାନ ଜମିରେ ପହଞ୍ଚିଥିଲେ। ଧାନ ଗଦା ହୁତୁହୁତୁ ହୋଇ ଜଳୁଥିବାର ଦେଖି ଭଗବାନ ମହାନ୍ତି ସଙ୍ଗେ ସଙ୍ଗେ ବୁଗୁଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଧାନ ଗଦା ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ପୂର୍ବ ଶତୃତା ଯୋଗୁଁ କୌଣସି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ