ଏଲ.ଆର.ଏସ. କୋଲକାତା ଏବଂ ସେରସା ଖଡ଼ଗପୁର ବିଜୟୀ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଲେଟକାଟ ପଡିଆରେ ସର୍ବଭାରତୀୟ ଟି-20 କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହେଇଛି. ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ବାରିପଦା ପୌରାଧ୍ୟକ୍ଷ କୃଷ୍ଣlନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ମୁରାରୀଲାଲ ଶର୍ମା ଯୋଗଦେଇ ଅନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍କୁକୁ ଉଦଘାଟନ କରିଥିଲେ. ସେହିଭଳି ଦ୍ଵିତୀୟ ମ୍ୟାଚରେ ସମାଜସେବୀ କାଶୀନାଥ ରଣା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ.ପ୍ରଥମ ମ୍ୟାଚ ଏଲ.ଆର.ଏସ. କଲିକତା ଏବଂ ଡି.ଆର.କେ. ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ, କଲିକତା ଟିମ ପ୍ରଥମେ ବ୍ୟାଟିଂ କରି 18 ଓଭର ରେ 9 ୱକେଟ ବିନିମୟରେ 190 ରନ କରିଥିଲେ. ଦଳ ପକ୍ଷରୁ କୁମାର ଅଶ୍ୱିନ ସର୍ବାଧିକ 58 ଏବଂ ଦୀପକ ମହାନ୍ତ 24 ରନ କରିଥିଲେ. ଡିଆରକେ ପକ୍ଷରୁ ମେରୀ ଲୋକନାଥ 3 ଟି ୱାକେଟ ନେଇଥିଲେ. ଜବାବ ରେ ଡିଆରକେ 7 ୱାକେଟ ରେ 164 ରନ କରି 26 ରନ ରେ ପରାସ୍ତ ହେଇଥିଲେ. ଦଳ ପକ୍ଷରୁ ରୁଦ୍ର ନାୟକ ସର୍ବ୍ଧାଧିକ 52 ଏବଂ ମନୁ ରାମ 27 ରନ କରିଥିବା ବେଳେ କଲିକତା ପକ୍ଷରୁ ଅଖିଳେଶ ଯାଦବ 3 ଟି ୱାକେଟ ନେଇଥିଲେ ଏହି ମ୍ୟାଚରେ ଅଖିଳେଶ ଯାଦବ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ. ଦ୍ଵିତୀୟ ମ୍ୟାଚ ସେରସା ଖଡ଼ଗପୁର ଏବଂ ଆୟୋଜକ ଲେଟକାଟ ମଧ୍ୟରେ ଅନୁଷ୍ଠିତ ହେଇଥିଲା. ଖଡ଼ଗପୁର ପ୍ରଥମେ ବ୍ୟାଟିଂ କରି 15 ଓଭର ରେ 212 ରନ କରିଥିଲେ. ଦଳ ପକ୍ଷରୁ ମୋହିତ ରାୟ 78ରନ ଏବଂ ସତ୍ୟପ୍ରକାଶ 41ରନ ସଂଗ୍ରହ କରିଥିବା ବେଳେ ଲେଟକାଟ ପକ୍ଷରୁ ଚନ୍ଦନ ସିଂ 3ଟି ୱାକେଟ ନେଇଥିଲେ. ଜବାବରେ ଲେଟକଟ 15 ଓଭର ରେ 6 ଉଇକେଟ ରେ 160 ରନ କରି 53 ରନରେ ପରାଜିତ ହୋଇଥିଲେ. ଦଳ ପକ୍ଷରୁ ଭବାନୀ ଶଙ୍କର ଦାସ 74 ଏବଂ ଆୟନ ବାନାର୍ଜୀ 45 ରନ କରିଥିବା ବେଳେ ଖଡ଼ଗପୁର ପକ୍ଷରୁ ଦୀପକ ସିଂ ସର୍ବାଧିକ 2 ଟି ଉଇକେଟ ନେଇଥିଲେ. ଏହି ମ୍ୟାଚରେ ଖଡ଼ଗପୁର ର ମୋହିତ ରାୟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ. ଏହି ମ୍ୟାଚ ଗୁଡିକୁ ଓସିଏ ପ୍ୟାନେଲ ଓମ୍ପାୟାର ମାନସ ବେହୁରିଆ, ବିଶ୍ୱମ୍ବର ମହାକୁଡ଼, ସମରପ୍ରୀତ ପ୍ରଧାନ ପରିଚାଳନା କରିଥିବା ବେଳେ ସୁରେଶ ସଂଡ଼ିଲ ଏବଂ ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ. ଆସନ୍ତା କାଲି ସେରସା ରାଞ୍ଚି ଏବଂ ଏଲ.ଆର.ଏସ. କଲିକତା, ଦ୍ଵିତୀୟ ମ୍ୟାଚ ଛତିଶଗଡ ଓ ଖଡ଼ଗପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଲେଟକାଟ କ୍ଳବର କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ