ପ୍ରିପେଡ ମିଟରକୁ ବିରୋଧ କରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ନିମାପଡା ,(ସନ୍ତୋଷ ଦାଶ): ରାଜ୍ୟ ସରକାର ଙ୍କ ଚୁକ୍ତି ଅନୁସାରେ ସାରା ରାଜ୍ୟରେ ଟାଟା କମ୍ପାନୀ ବିଦ୍ୟୁତ ବଣ୍ଟନ କାର୍ଯ୍ୟ କରୁଥିବାବେଳେ କେତେକ ସ୍ଥାନରେ ଭଲ ଥିବା ମିଟରକୁ କାଢି ନୂତନ ପ୍ରିପେଡ ମିଟର ଲଗାଉଥିବା ଅଭିଯୋଗ ହେଉଛି।ପୁରୀ ଜିଲ୍ଲା ଗୋପ ବ୍ଳକ ବିରୁତୁଙ୍ଗ ପଞ୍ଚାୟତ ଗିରିମା ଗ୍ରାମରେ ଭଲ ଥିବା ପୁରୁଣା ମିଟର କୁ କାଢି ମନଇଚ୍ଛା ଭାବେ ଟାଟା କମ୍ପାନୀ କର୍ମଚାରୀ ନୂତନ ପ୍ରିପେଡ ମିଟର ବସାଉ ଥିବାରୁ ଗିରିମା ଗ୍ରାମବାସୀ ଏହାକୁ ବିରୋଧ କରି ମିଟର ବସାଇବାକୁ ମନା କରିଥିଲେ ।ପରେ ଟାଟା କମ୍ପାନୀର କର୍ମଚାରୀ ମାନେ ଗ୍ରାମବାସୀ ଙ୍କ କଥା ନ ଶୁଣି ମିଟର କାଢି ନୂତନ ମିଟର ବସାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ । ମିଟର ବସା କାର୍ଯ୍ୟ କୁ ଗ୍ରାମବାସୀ ମାନେ ବନ୍ଦ କରିବା ସହିତ ଟାଟା କମ୍ପାନୀ ଫେରିଯାଅ ବୋଲି ସ୍ଲୋଗାନ ଦେଇ ରାସ୍ତା ଅବରୋଧ କରି ବସିଥିଲେ।ପରେ ଟାଟା କମ୍ପାନୀର ୩୫ ରୁ ଉର୍ଦ୍ଧ କର୍ମଚାରୀ ପ୍ରିପେଡ ମିଟର ନ ବସାଇ ଫେରି ଯାଇଥିଲେ ।