ଧାନର ମାନ ନିର୍ଧାରଣ ନିୟମାବଳୀକୁ କୋହଳ କରିବାକୁ କୃଷକଙ୍କ ଦାବୀ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଧାନର ମାନ ଦେଖି ମଣ୍ଡି ଜରିଆରେ ଧାନ କିଣିବେ ବୋଲି ସରକାର ନେଇ ଥିବା ନିଷ୍ପତ୍ତି କୁ କୋହଳ କରିବା ପାଇଁ କୃଷକ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି l ସାଧାରଣତଃ ଏଫ. ଏ କ୍ୟୁ ମାନର ଧାନ ପାଇଁ ଭିତ୍ତିଭୂମି, ଆବଶକୀୟ ବର୍ଷା ଓ ପାଣିପାଗ ଉପରେ ନିର୍ଭର କରିଥାଏ l ଚଳିତ ବର୍ଷ ନିଅଣ୍ଟl ବର୍ଷା, ପରେ ଫସଲ ଅମଳ ପୂର୍ବରୁ ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁଁ ଧାନ ଫସଲ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି l ଫଳରେ ଧାନର ମାନ ଉପରେ ବି ପ୍ରଭାବ ପଡିଛି l ଧାନର ମାନ ହ୍ରାସ ପାଇଛି lଏଣେ ସରକାରଙ୍କ ତରଫରୁ କୃଷକଙ୍କ ଠାରୁ ଧାନ କିଣିବା ପାଇଁ ଯେଉଁ ମାନ ନିର୍ଧାରଣ ସର୍ତାବଳୀ ରଖlଯାଇଛି ସେଥିରେ କୃଷକ ମାନେ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖା ଦେଇଛି l ଆଗାମୀ ଦିନରେ ବ୍ଲକ ସ୍ତରରେ ମଣ୍ଡି ଖୋଲିଲେ ମଧ୍ୟ କୃଷକମାନେ ସରକାରଙ୍କ ନିର୍ଧାରିତ ଏଫ. ଏକ୍ୟୁ ମାନର ଧାନ ଯୋଗେଇପାରିବେ ନାହିଁ l ଫଳରେ ଚଳିତ ବର୍ଷ ଉତ୍ପାଦିତ ହୋଇଥିବା ଧାନ ଫସଲ ବିକ୍ରି ପାଇଁ କୃଷକ ନାହିଁନଥିବl ହଇରାଣ ହେବେ l ଏଣୁ ଧାନର ମାନ ନିର୍ଧାରଣ ନିୟମାବଳୀକୁ ସରକାର କୋହଳ କରି ଭାରତ ସରକାରଙ୍କ ଦ୍ଵାରା ନିର୍ଧାରିତ ସର୍ବନିମ୍ନ ସହାୟତା ମୂଲ୍ୟ ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ ଇନପୁଟ ସହାୟକ ଦରରେ କୃଷକଙ୍କ ଠାରୁ ମଣ୍ଡି ଜରିଆରେ ଧାନ କିଣିବା ପାଇଁ ଚାଷୀ ଅଶୋକ କୁମାର ଦଳାଇ, ଅଭିମନ୍ୟୁ ରାଉଳ, ଲୋକନାଥ ପ୍ରଧାନଙ୍କ ସମେତ ଚାଷୀମାନେ ଅନୁରୋଧ ରଖିଛନ୍ତି l