ଚୋରୀ ଉଦ୍ୟମ ପଣ୍ଡ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଜରଡା ଥାନା ପାତ୍ରପୁର ତଳ ବସ୍ ଷ୍ଟାଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ସ୍କୁଟି ଯୋଗେ ଚାରିଜଣ ଚୋର ଆସି ଗୋଟିଏ ମୋବାଇଲ୍ ଦୋକାନରେ ଦୁଇଟି ଚାବି ଭାଙ୍ଗିବା ଓ ଅନ୍ୟ ଚାବି ଭାଙ୍ଗି ନପାରି ଛାଡ଼ି ଚାଲିଯାଇଥିବା ବେଳେ ପରେ ଏକ ସୁନା ଦେକାନକୁ ଚୋରି କରିବା ପାଇଁ ଉଦ୍ୟମ କରିଥିଲେ ।କିନ୍ତୁ ସେଠାରୁ ମଧ୍ୟ ବିଫଳ ହୋଇ ଚାଲିଯାଇଥିଲେ । ସିସି କ୍ୟାମେରା ଭିଡିଓ ମୋବାଇଲରେ ଭାଇରାଲ୍ ହେବା ପରେ ଜରଡ଼ା ପୋଲିସ୍ ଆଜି ସନ୍ଧ୍ୟାରେ ପାତ୍ରପୁର ବସ୍ଷ୍ଟାଣ୍ଡ୍କୁ ଆସି ସିସିଟିଭି ଜାଞ୍ଚ କରିଛି । ତେବେ ଚୋର ଗ୍ୟାଙ୍ଗ୍କୁ ଧରିବା ପାଇଁ ଏବେ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।