ଛେନାପଦି ଛକ ଠାରେ ମିଲେଟ ମିଶନ କର୍ମଶାଳା ଅନୁଷ୍ଠିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦିଛକ ଠାରେ ମିଲେଟ ମିଶନ କର୍ମଶାଳା ଅନୁଷ୍ଠିତ ହୋଇଛି। ତଦାଶା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ କୃଷି ବିଭାଗର ଅଧିକାରୀ ମାନେ ଯୋଗଦେଇ ମାଣ୍ଡିଆ ଚାଷର ପ୍ରଣାଳୀ ଓ ଉପକରିତା ସମ୍ପର୍କରେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ଚଳିତ ବର୍ଷ ଖରିପ ଚାଷରେ ବ୍ଲକ ର ୧୯ଟି ପଞ୍ଚାୟତରେ ୬୬୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ରବିଚାଷ ରେ ୧୦୦ହେକ୍ଟର ଚାଷ କରିବାକୁ ଯୋଜନା ରହିଛି। ଏହି କର୍ମଶାଳା ରେ ଗ୍ରାମ୍ୟ କୃଷି କର୍ମଚାରୀ ଉମେଶ ଚନ୍ଦ୍ର ପ୍ରଧାନ, ତଦାଶାର ଏକାଉଣ୍ଟାଣ୍ଟ ବିଜୟ କୁମାର ରାଉତ,, ସି ଆର ପି ନାରାୟଣ ନାୟକ, ପ୍ରଶାନ୍ତ ପହି, ସନାତନ ସାମଲ, ଗାୟତ୍ରୀ ସାହୁ, ଝରଣା ଦେହୁରୀ ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କୁ ତାଲିମ ଦେଇଥିଲେ। ଏହି କର୍ମଶାଳା ଚାଲିଥିବା ବେଳେ ଏଥିର ବ୍ଲକର ବିଭିନ୍ନ ଗ୍ରାମରୁ ୬୪ଜଣ ଚାଷୀ ଅଂଶଗ୍ରହଣ କରିଥିଲେ।