ମିଳୁନି ମହାପ୍ରୟାଣ ସେବା, ମୃତ ଦେହ ନେବାକୁ ଲୋକେ ହନ୍ତସନ୍ତ

ଶେରଗଡ, (ଅନୀଲ କୁମାର ପଣ୍ଡା):ଚିକିତ୍ସାଳୟରେ କୌଣସି ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଲେ ମୃତ ଦେହ କୁ ନେବା ଲାଗି ସମ୍ପର୍କୀୟ ଙ୍କୁ ମିଳୁନି ମହାପ୍ରୟାଣ ସେବା। ମୃତକଙ୍କ ପରିବାର ଘରୋଇ ଶବବାହକ ଗାଡି ଉପରେ ଭରସା କରୁଛନ୍ତି। ଏହାର ସୁଯୋଗ ନେଇ ଘରୋଇ ଶବବାହକ ଗାଡି ମୃତକଙ୍କ ସମ୍ପର୍କୀୟ ଙ୍କ ଠାରୁ ଦୁଇ ଗୁଣା ଭଡା ନେଉଛନ୍ତି। ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟା ଯେ କେବଳ ଶେରଗଡ ବାସିନ୍ଦା ଭୋଗୁଛନ୍ତି ତାହା ନୁହେଁ, ଉକ୍ତ ସମସ୍ୟା ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ଦୁଈଟି ନିର୍ବାଚନ ମଣ୍ଡଳୀ ର ଶତାଧିକ ଗ୍ରାମବାସୀ। ପ୍ରକାଶ ଥାଉକି, ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବହୁ ଜନସାଧାରଣ ନିର୍ଭର କରି ଏଠାକୁ ରୋଗ ରୁ ମୁକ୍ତି ପାଈବା ଲାଗି ଆସିଥାନ୍ତି। ଏଠି କିଏ ଚିକିତ୍ସିତ ହୋଇ ଘରକୁ ଫେରେ ତ,ଅନ୍ୟ କାହାର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟେ। ମୃତ୍ୟୁ ଘଟିଥିବା ବ୍ୟକ୍ତି ଙ୍କ ଶବକୁ ଘରକୁ ନେବା ଲାଗି ଏଠାରେ ମହାପ୍ରୟାଣ ଗାଡ଼ିର ସୁବିଧା ନାହିଁ। ଫଳରେ ବାଧ୍ୟ ହୋଇ ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ଘରୋଇ ଶବ ବୁହା ଗାଡ଼ିରେ ଶବ ନେଉଥିବା ବେଳେ ଅତ୍ୟନ୍ତ ଗରିବ ଶ୍ରେଣୀ ର ଲୋକମାନେ ଶବକୁ କାନ୍ଧରେ ବୋହି ଘରକୁ ନେଉଛନ୍ତି ତ ଅନ୍ୟ କେଉଁ ମାନେ ନିଜ ବାଈକ ରେ ବୋହି ନେଈଯାଉଥିବା ବିଗତ ଦିନରେ ଦେଖିବାକୁ ମିଳିଥିଲା ତ ଅନ୍ୟ କିଛି ଜଣ ଶବ ନେବା ଲାଗି ଅନ୍ୟ ଉପରେ ନିର୍ଭର କରୁଛନ୍ତି। ଦ୍ୱିତୀୟତଃ,ଦୁର୍ଘଟଣା ଜନିତ ଘଟଣାରେ ଶବ ବ୍ୟବଚ୍ଛେଦ ଲାଗି ମହାପ୍ରୟାଣ ଗାଡି କୁ ଖୋଜା ପଡିଥାଏ। କିନ୍ତୁ ଏଠାରେ ଏହି ସୁବିଧା ନଥିବା ହେତୁ ପ୍ରଶାସନ ଏବଂ ଜନତା ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଭଳି ଅବସ୍ଥାକୁ ଦେଖି ଶେରଗଡ ମିଡିଆ ହାଉସ ର ସଦସ୍ୟ ଏବଂ ଶେରଗଡ ସହରବାସୀ ଙ୍କ ପକ୍ଷରୁ ଗତ 2022 ମସିହା ଜୁଲାଇ ମାସ ରେ ଏକ ଦାବିପତ୍ର ଜିଲ୍ଲାପାଳ ମହୋଦୟ ଙ୍କୁ ପ୍ରଦାନ କରାଯାଈଥିଲା। ସ୍ଥାନୀୟ ଜନପ୍ରତିନିଧି ମାନେ ମହାପ୍ରୟାଣ ଗାଡ଼ିର ଅଭାବ ଦେଖି ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଏକ ମହାପ୍ରୟାଣ ଗାଡି ଯୋଗାଇ ଦେବା ଲାଗି ସମିତି ବୈଠକରେ ଦାବି ଉପସ୍ଥାପନ କରିଥିଲେ। ଈତି ମଧ୍ୟରେ ଦୁଇ ବର୍ଷ ରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଲୋକଙ୍କ ସ୍ବାର୍ଥ କୁ ଅଣଦେଖା କରାଯାଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ପୂର୍ବରୁ ମହାପ୍ରୟାଣ ଗାଡ଼ିରେ କିଲୋମିଟର ପିଛା 14 ଟଙ୍କା ଲେଖାଏଁ ନିଆଯାଉଥିବା ବେଳେ ଗତ ଅଗଷ୍ଟ ମାସ ରୁ ଏହି ସେବା ସମ୍ପୂର୍ଣ୍ଣ ମାଗଣା ରେ ଯୋଗାଇ ଦିଆଯାଉଛି। ମାତ୍ର ଏହି ସେବା ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ନଥିବା ହେତୁ ଘରୋଇ ଶବ ବୁହା ଗାଡି ମନଈଚ୍ଛା ଭଡା ଆଦାୟ କରୁଛନ୍ତି। ମୃତକଙ୍କ ପରିବାର କୁ ଦୁଃଖଦ ପରିସ୍ଥିତି ରେ ଏହା ମାନସିକ ନିର୍ଯାତନା ଦେବା ଭଳି ମନେ ହେଉଛି। ତେଣୁ ପ୍ରଶାସନ ଶତାଧିକ ଗ୍ରାମବାସୀ ଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଏକ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ