ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କର ୪୩ତମ ପେନସନ ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘଗୃହରେ ସଭାପତି ଇଂ. ବନମାଳୀ ନାୟକଙ୍କ ଅଧ୍ୟକ୍ଷତାରେ ୪୩ତମ ପେନସନ୍ ଦିବସ ପାଳନ କରାଯାଇଛି । ଜିଲ୍ଲା କୋଷାଗାର ଅଧିକାରୀ ରଘୁନାଥ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେ ପେନସନର୍ସ ସମସ୍ୟା ସମାଧାନ ପାଇଁ ପ୍ରାଥମିକ ଗୁରୁତ୍ୱ ଦେଇ ସମାଧାନ କରନ୍ତି ବୋଲି କହିଥିଲେ । ଏଥିପାଇଁ ସମସ୍ତ ଉପକୋଷାଗାର ଅଧିକାରୀଙ୍କୁ ଯତ୍ନବାନ ହେବାପାଇଁ ନିର୍ଦ୍ଦେଶ ଦେବା ସହିତ ବ୍ୟାଙ୍କ୍ ଅଧିକାରୀମାନଙ୍କୁ ସହଯୋଗ ଓ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଥିବା କହିଥିଲେ । ସଭାପତି ଇଂ. ବନମାଳୀ ନାୟକ ଉକ୍ତ ଦିବସର ତାର୍ତ୍ପଯ୍ୟ, ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପରିସ୍ଥିତି ତଥା ନୂତନ ପେନସନ ବ୍ୟବସ୍ଥାର ତ୍ରୁଟି ସମ୍ବନ୍ଧରେ କହିଥିଲେ । ପେନସନରମାନଙ୍କୁ ସବୁ ମହଲରୁ ସହଯୋଗ ପାଇଁ ନିବେଦନ କରିଥିଲେ । ପ୍ରାକ୍ତନ ସଭାପତି ଧୀରେନ୍ଦ୍ର ନାରାୟଣ ଦାସ, ଗୁଣାକର ଦେ, କୁମୁଦ ରଞ୍ଜନ ଗିରି, ଶତ୍ରୁଘ୍ନ ପଣ୍ଡା, ଇଂ. ଗୌରାଙ୍ଗ ସାହୁ, ଦେବେନ୍ଦ୍ର ନାଥ ଚୌଧୁରୀ ଭାଗବତ ପ୍ରସାଦ ଦଳେଇ ଆଲୋଚନାରେ ଅଂଶ ଗ୍ରହଣ କରି ଉପାଦେୟ ମତ ପ୍ରଦାନ କରିଥିଲେ । ଶ୍ରୀମତୀ କଲ୍ୟାଣୀ ନନ୍ଦ ସ୍ୱାଗତ ସଙ୍ଗୀତ ଗାନ କରିଥିବାବେଳେ ଅର୍ଥ ସମ୍ପାଦକ ଦାମୋଦର ନାୟକ ପରିଚୟ ପ୍ରଦାନ କରିଥିଲେ । ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୀରେନ୍ଦ୍ର ମହନ୍ତ, ବସନ୍ତ କୁମାର ନାୟକ, ସାବିତ୍ରୀ ଦାସ, ଜ୍ଞାନେନ୍ଦ୍ର ନାଥ ସାହୁ, କେଶବ ଚନ୍ଦ୍ର ମଲ୍ଲିକ, ଶଶାଙ୍କ ଶେଖର ଦତ୍ତ, ଜ୍ୟୋତ୍ସ୍ନା ରାୟ, ଅରୁଣା ରାୟ, ସଞ୍ଜୟ କୁମାର ପଣ୍ଡା, ହିମାଂଶୁ ଶେଖର ଦାସ, ଡ. ରମେଶ ଚନ୍ଦ୍ର ରାଉତ, ଶ୍ରୀରାମ ପ୍ରସାଦ ଦାସ, ବେଣୁଧର ପାଳ, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ନିଆସି ଚରଣ ଜେନା, ସୁରେନ୍ଦ୍ର ନାୟକ, ରବିନାରାୟଣ ବେହେରା, ବେଣୁଧର ସାହୁ, ଡ. ପ୍ରଶାନ୍ତ ଦାସ, ସୀତାରାମ ପ୍ରଧାନ, ନରନାରାୟଣ ପାଣିଗ୍ରାହୀ, ଡ. ତାରାକାନ୍ତ ନନ୍ଦ, କେଶବ ଚନ୍ଦ୍ର ମହାନ୍ତି, ଶେଖ୍ ଆଲ୍ଲାଉଦ୍ଦିନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ