ସିଟିଜେନ ଫୋରମ ପକ୍ଷରୁ ମହାରାଜା ଶ୍ରୀରାମଚନ୍ଦ୍ର ଜୟନ୍ତୀ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ବାରିପଦା ବେଲଗଡିଆ ସ୍ଥିତ ରାଜପ୍ରାସାଦରେ ମୟୂରଭଞ୍ଜ ସିଟିଜେନ ଫୋରମ ଆନୁକୁଲ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ପାଳିତ ହୋଇଯାଇଛି ଫୋରମର ସଭାପତି ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଫୋରମର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ପ୍ରଫେସର ମୋହିତ କୁମାର ଷଢ଼ଙ୍ଗୀ, ଫୋରମର ପେଟ୍ରୋନ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଫୋରମର ଉପସଭାପତି ଅବସରପ୍ରାପ୍ତ ବିଚାରପତି ନରେନ୍ଦ୍ର ପ୍ରଧାନ, ରାକେଶ ସିଂ, ଡ. ଅକ୍ଷୟ ଅଗରଓ୍ବାଲା, ସୌମ୍ୟ ରୂପଦାସ, ଜୈମୁନୀ ମହାନ୍ତ, ରାଜକିଶୋର ଆଚାର୍ଯ୍ୟ, ଅନୀଲ ସିଂ ପ୍ରମୁଖ ବକ୍ତା ଭାବରେ ଯୋଗଦେଇ କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷ ରେ ମହାରାଜାଙ୍କ ଅବଦାନ ଇତିହାସରେ ଅବିସ୍ମରଣୀୟ ମାତ୍ର ମୟୂରଭଞ୍ଜ ମାଟି ଓଡିଶାକୁ ଦେଇଛି କେତେ ଏବଂ ପାଇଛି କେତେ ତାହାର ତର୍ଜମା ହେବା ଆବଶ୍ୟକ ବୋଲି ମନ୍ତବ୍ୟ ରଖିଥିଲେ. ସଭା ଶେଷରେ ଫୋରମ ବାର୍ଷିକ ଉତ୍ସବ ଆସନ୍ତା ନବବର୍ଷ ପହିଲାରେ ୭୬ତମ ମୟୂରଭଞ୍ଜ ମିଶ୍ରଣ ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସେହି ଉତ୍ସବରେ ଚଳିତ ବର୍ଷ ଠାରୁ ଜିଲ୍ଲାର ଦୁଇ ପ୍ରମୁଖ ପ୍ରତିଭାଙ୍କୁ ମୟୂରଭଞ୍ଜ ସିଟିଜେନ ଆୱାର୍ଡ ପ୍ରଦାନ କରାଯିବ ବୋଲି ଫୋରମର ସମ୍ପାଦକ ବିଭୁଦତ୍ତ ଦାସ ସୂଚନା ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମରେ ଭାନୁମିତ୍ର ଆଚାର୍ଯ୍ୟ, ଆର୍ଯ୍ୟଭଟ ମହାନ୍ତି, ରାକେଶ ବେହେରା, ରଂଜନ କୁମାର ଦାଶ, ସାରଦା ପ୍ରସାଦ ବାରିକ, ଅଭିଜିତ ମହାନ୍ତି, ସଂଯୁକ୍ତା ବସା, ନୀଳାଦ୍ରି ବିହାରୀ ଦଣ୍ଡପାଟ ପ୍ରମୁଖ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ